୫ ଲକ୍ଷ ଲାଞ୍ଚ ନେଇ ସିବିଆଇ ହାତରେ ବନ୍ଧା ହେଲେ ଇଡି ଅଧିକାରୀ

0

ଲକ୍ଷ୍ନୌ : ଜଣେ ବ୍ୟକ୍ତିଙ୍କଠାରୁ ୫ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ପ୍ରବର୍ତ୍ତନ ନର୍ଦ୍ଦେଶାଳୟ (ଇଡି)ର ୨ ଜଣ ଅଧିକାରୀଙ୍କୁ ଗିରଫ କରିଛି ସିବିଆଇ । ଗିରଫ ଦ୍ୱୟ ହେଲେ ଇଡି ଲକ୍ଷ୍ନୌ ଜୋନ୍‌ର ଏନଫୋର୍ସମେଣ୍ଟ ଅଫିସର ଦୀପକ କୁମାର ଏବଂ ହେଡ କନଷ୍ଟେବଲ ମନୋଜ ଦ୍ୱିବେଦୀ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ମାମଲା ଥିବା ଜଣେ ବ୍ୟକ୍ତିଙ୍କୁ ସହାୟତା କରିବା ପାଇଁ ଏ ଦୁଇଜଣ ୫ ଲକ୍ଷ ଟଙ୍କା ଲାଂଚ ନେଉଥିବା ବେଳେ ସିବିଆଇ ହାତରେ ଧରା ପଡିଛନ୍ତି । ଲକ୍ଷେ୍ମøର ଜଣେ ବ୍ୟକ୍ତି ଗତ ଅଗଷ୍ଟ ମାସରେ ୨ ଥର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟଠାରୁ ବ୍ୟକ୍ତିଗତ ହାଜିରା ପାଇଁ ନୋଟିସ ପାଇଥିଲେ । ତେବେ ଏଥିରେ ସହାୟତା କରିବାକୁ କନଷ୍ଟେବଲ ମନୋଜ ଦ୍ୱିବେଦୀ ଓ ଏନଫୋର୍ସମେଣ୍ଟ ଅଫିସର ଦୀପକ କୁମାର ୫ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ । ଏ ନେଇ ସମ୍ପୃକ୍ତ ବ୍ୟକ୍ତିଙ୍କ ପୁଅ ସିବିଆଇର ଦ୍ୱାରସ୍ଥ ହୋଇଥିଲେ । ଯୋଜନା ମୁତାବକ ଶୁକ୍ରବାର ଇଡିର ଏହି ୨ ଅଧିକାରୀ ସମ୍ପୃକ୍ତ ବ୍ୟଙ୍କିଙ୍କଠୁ ୫ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ସିବିଆଇ ଅଧିକାରୀମାନେ ଦୁହିଁଙ୍କୁ କାବୁ କରିନେଇଥିଲେ । ଏ ନେଇ ସିବିଆଇ ପକ୍ଷରୁ ୨ଟି ମାମଲା ରୁଜୁ କରାଯିବା ସହ ଉଭୟଙ୍କୁ ଗିରଫ କରାଯାଇଛି ।

Leave A Reply

Your email address will not be published.