ଆଇଆଇଟି-ଏଚ୍ ହଷ୍ଟେଲ୍‌ରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସାଙ୍ଗାରେଡି: ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି-ହାଇଦ୍ରାବାଦ (ଆଇଆଇଟି-ଏଚ୍) ର ଜଣେ ମହିଳା ଛାତ୍ରୀଙ୍କ ମୃତଦେହ ସୋମବାର ରାତିରେ ତାଙ୍କ ହଷ୍ଟେଲ ରୁମରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ଜାଣିବାକୁ ମିଳିଛି ଯେ ଛାତ୍ରୀ ଜଣକ ହେଉଛନ୍ତି ଓଡ଼ିଆ। ତାଙ୍କ ନାମ ମମିଥା ନାୟକ।  ଚଳିତବର୍ଷ ‌ସେ ଆଇଆଇଟି-ଏଚରେ ଇଞ୍ଜିନିୟରିଂ ଛାତ୍ରୀ ଭାବେ ନିଜର ନାମ ଲେଖାଇଥିଲେ। ସୋମବାର ରାତିରେ ତାଙ୍କୁ ତାଙ୍କ ହଷ୍ଟେଲ୍‌ ରୁମ୍‌ରେ ବେକରେ ରଶି ଲଗାଇ ଝୁଲୁଥିବାର ଦେଖବାକୁ ମିଳିଥିଲା। ସାଙ୍ଗାରେଡି ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ତେବେ ଏହା ଏକ ହତ୍ୟା କିମ୍ବା ଆତ୍ମହତ୍ୟା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ମମିଥାଙ୍କ ମୃତଦେହ ନିକଟରୁ ଏକ ସୁଇସାଇଡ୍‌ ‌ନୋଟ୍‌ ବି ଉଦ୍ଧାର ହୋଇଛି। ସୁଇସାଇଡ୍‌ ନୋଟ୍‌ରେ ଓଡ଼ିଆରେ ଲେଖାଯାଇଛି। ସେ ଆର୍ଥିକ ସଂକଟ ହେତୁ ଜୀବନ ହାରୁଥିବା ତାଙ୍କ ନୋଟ୍‌ରେ ଉଲ୍ଲେଖ କରିଛନ୍ତି। ମମିଥା ଜୁଲାଇ ୨୬ ତାରିଖରେ ଆଇଆଇଟି-ଏଚକୁ ଆସିଥିଲେ। ତାଙ୍କ ପରିବାର ଲୋକଙ୍କୁ ମମିଥାଙ୍କ ମୃତ୍ୟୁ ଖବର ଦିଆଯାଇଛି। ତେବେ, ସୂଚନା ରହିଛି ଯେ ଗତ ୧ ବର୍ଷ ଭିତରେ ଏହା ହେଉଛି ଆଇଆଇଟି-ଏଚ୍ କ୍ୟାମ୍ପସ୍‌ର ଚତୁର୍ଥ ଘଟଣା। ମମିଥାଙ୍କ ପୂର୍ବରୁ ଆହୁରି ୩ ଜଣ ଛାତ୍ର ବର୍ଷକ ମଧ୍ୟରେ ଜୀବନ ହାରିଛନ୍ତି। ପୁଲିସ୍‌ ଏବେ ମମିଥା ମୃତ୍ୟୁକୁ ନେଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Comments are closed.