ଆରପାରିରେ ବଙ୍ଗୀୟ ଅଭିନେତ୍ରୀ ଆଣ୍ଡ୍ରିଲା, ମାତ୍ର ୨୪ ବର୍ଷ ବୟସରେ ଚାଲିଗଲା ଜୀବନ

କୋଲକାତା: ମାତ୍ର ୨୪ ବର୍ଷ ବୟସରେ ଆରପାରିକୁ ଚାଲିଯାଇଛନ୍ତି ଜଣାଶୁଣା ବଙ୍ଗୀୟ ଅଭିନେତ୍ରୀ ଆଣ୍ଡ୍ରିଲା ଶର୍ମା | ବ୍ରେନ ଷ୍ଟ୍ରୋକ ଏବଂ ହୃଦ୍‌ଘାତ ଯୋଗୁଁ କୋଲକାତାର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ଦେହାନ୍ତ ହୋଇଯାଇଛି | ଗତ କିଛି ଦିନ ହେବ ଆଣ୍ଡ୍ରିଲା ଶର୍ମା କୋମାରେ ଥିଲେ। ତାଙ୍କର ସମସ୍ତ ପ୍ରଶଂସକ ଶୀଘ୍ର ଆରୋଗ୍ୟ କାମନା କରୁଥିଲେ, କିନ୍ତୁ ରବିବାର ଦିନ ଆଣ୍ଡ୍ରିଲାଙ୍କ ଦେହାନ୍ତ ହୋଇଯାଇଛି | ସୂଚନା ଥାଉ କି ଆଣ୍ଡ୍ରିଲା କର୍କଟ ଭଳି ଏକ ଗୁରୁତର ରୋଗକୁ ପରାସ୍ତ କରିଥିଲେ ବି ନଭେମ୍ବର ୧ରେ ତାଙ୍କର ବ୍ରେନ ଷ୍ଟ୍ରୋକ ହୋଇଥିଲା |

ଏହା ପରେ ଆଣ୍ଡ୍ରିଲା ଶର୍ମାଙ୍କ ଅବସ୍ଥା ବିଗିଡି ଯିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହା ପରେ, ନଭେମ୍ବର ୧୪ ରେ, ଆଣ୍ଡ୍ରିଲା ଡାକ୍ତରଖାନାରେ ହୃଦ୍‌ଘାତର ଶିକାର ହୋଇଥିଲେ, ଏହି କାରଣରୁ ଆଣ୍ଡ୍ରିଲାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଆହୁରି ବିଗିଡି ଯାଇଥିଲା। ଆଣ୍ଡ୍ରିଲା ଶର୍ମାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା | ତେବେ ଆଜି କୋଲକାତାର ନାରାୟଣ ସୁପର ସ୍ପେସିଆଲିଟି ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସୂଚନା ଥାଉ କି ଯେ ଆଣ୍ଡ୍ରିଲା ଶର୍ମା ଅନେକ ଟିଭି ସିରିଏଲରେ ବଳିଷ୍ଠ ଅଭିନୟ କରିଥିଲେ। ଆଣ୍ଡ୍ରିଲା ଶର୍ମା ଝୁମର ସିରିଏଲରୁ ଅଭିନୟ ଜଗତରେ ପାଦ ଦେଇଥିଲେ । ପରେ, ସେ ‘ଜୀବନ ଜ୍ୟୋତି’ ଏବଂ ‘ଜିୟୋନ୍ କାଠି’ ସମେତ ଅନେକ ପ୍ରସିଦ୍ଧ ବଙ୍ଗୀୟ ଧାରାବାହିକରେ କାମ କରିଥିଲେ |

Comments are closed.