କାତାର ହେବ ତୃତୀୟ ଖରାପ ବିଶ୍ବକପ୍‌

ଦୋହା: ରବିବାରଠୁ କାତାରରେ ଫିଫା ବିଶ୍ବକପ୍‌ ଆରମ୍ଭ ହେବାକୁ ଯାଉଥିଲା ‌ବେ‌ଳେ ଏହାର ଆୟୋଜକ ଦେଶ ଏବଂ ବିଶ୍ବ ଫୁଟ୍‌ବଲ୍‌ ପରିଚାଳନା ସଂସ୍ଥା (ଫିଫା) ବିବାଦରେ ଛନ୍ଦି ହୋଇ ରହିଛି। ୨୦୧୩ରେ ଯେତେବେଳେ ଦୋହାକୁ ବିଶ୍ବକପ୍‌ ଆୟୋଜକ ଅଧିକାର ମିଳିଲା ସେତେବେ‌ଳେ କାତାରରେ ମାନବ ଅଧିକାର କ୍ଷୁର୍ଣ୍ଣ ରେକର୍ଡ କରିଥିଲା। ଏଲ୍‌ଜିବିଟି ଅଧିକାର, ନାଗରିକ ସ୍ବାଧୀନତା ଏବଂ ପ୍ରବାସୀ ଶ୍ରମିକଙ୍କ ଚିକିତ୍ସା ‌ଏହି ଦେଶ ପାଇଁ ବଡ଼ ଆହ୍ବାନ ରହିଥିଲା। ଏହାକୁ ନେଇ ଫୁଟ୍‌ବଲର୍‌ ଏବଂ ଫୁଟ୍‌ବଲ୍‌ ପ୍ରଶଂସକମାନେ ଫିଫା ଉପରେ କ୍ଷୋଭ ପ୍ରକାଶ କରିଥିଲେ। ହେଲେ ୩୨ ଦଳକୁ ଖେଳ ଉପରେ ଧ୍ୟାନ ଦେବାକୁ ଫିଫା ବିଜ୍ଞପ୍ତି ଜାରି କରିଥିଲା।

କାତାରରେ ମାନବ ଅଧିକାର କ୍ଷୁର୍ଣ୍ଣ ନେଇ ଅଷ୍ଟ୍ରେଲିଆ ଦଳ ଏକ ଭିଡିଓ ଜାରି କରିଥିଲା ବେଳେ ଡେନ୍‌ମାର୍କ ଦଳ କଳା କିଟ୍‌ରେ ଖେଳିବାକୁ ନିଷ୍ପତ୍ତି ନେଇଛି। ଇଂଲଣ୍ଡର ତାରକା ଖେଳାଳି ହାରି କେନ୍‌ ଏବଂ ୟୁରୋପୀୟ ଦଳର ଅଧିନାୟକମାନେ ବାହୁରେ ‘ୱାନ୍‌ଲଭ୍‌’ ଲେଖାଥିବା ପଟି ପିନ୍ଧି‌ବେ ବୋଲି ଜଣାପଡ଼ିଛି। ଫଳରେ ଆର୍ଜେଣ୍ଟିନା (୧୯୭୮) ଏବଂ ଇଟାଲି (୧୯୩୪) ପରେ ବିଶ୍ବକପ୍‌ ଆୟୋଜନରେ କାତାର ତୃତୀୟ ଖରାପ ଦେଶ ହେବାକୁ ଯାଉଛି। ୧୯୭୮ରେ ମିଲାଟାରି ଶାସିତ ଆର୍ଜେଣ୍ଟିନା ଏବଂ ୧୯୩୪ରେ ଫାସିଷ୍ଟ ଇଟାଲିରେ ମାନବ ଅଧିକାର କ୍ଷୁର୍ଣ୍ଣରେ ରେକର୍ଡ କରିଥିଲା।

Comments are closed.