ଫିଙ୍ଗାଜାଲ

ଡ. ଗଣେଶ ଚନ୍ଦ୍ର କୁଣ୍ଡ

ଭୈରବ ବାବୁଙ୍କ ଅଜବ ନୀତି

ଯୁଆଡେ ଲାଭ ସିଆଡେ ଗତି

ଇଛା କଲେ ମାଛ ଖାଇବେ ବୋଲି

କେନାଲ ଆଡେ ଗଲେ ସେ ବୁଲି ।।

କେନାଲରେ ମାଛ ଖେଳିବା ଦେଖି

ବାହାରିଲେ ସେ ଜାଲ ଦେଖି

ପଡୋଶୀ ପାଖରୁ ପାଇଲେ ଜାଲ

ଭାବିଲେ କେମିତି ପଡେ ସେ ଜାଲ  ।।

ମାଛ ଧରାଳୀଙ୍କ ଜାଲ ପକା ଦେଖି

ଭାବିଲେ ସେ ସବୁ ଯିବେ ଶିଖି

ବୀର ପରି ଜାଲ ଦେଲେ ସେ ଫିଙ୍ଗି

ଛନ୍ଦି ହୋଇଗଲା ଜାଲରେ ଲୁଂଘି ।।

ଜାଲ ରହିଗଲା ସ୍ଥଳରେ

ବାବୁ ସିଧା ଯାଇ ଜଳରେ

ଜାଲ ପକାଇବା ସହଜ ନୁହେଁ

ବିନା କୌଶଳରେ ଏମିତି ହୁଏ   ।।

 

ପଟାମୁଣ୍ଡାଇ, କେନ୍ଦ୍ରାପଡା

ମୋ : ୯୯୩୮୦୬୦୮୮୬

Comments are closed.