ପଦ୍ମଶ୍ରୀ ସୁନାମଧନ୍ୟ ଚିକିତ୍ସକ ଅଶୋକ ମହାପାତ୍ରଙ୍କ ପରଲୋକ ବିଧାୟକ ଗଣେଶ୍ଵର ବେହେରା ଓ ଧୃବ ସାହୁଙ୍କ ସମେତ ବିଭିନ୍ନ ମହଲରେ ଶୋକ

0

ପଟ୍ଟାମୁଣ୍ଡାଇ ୨/୧୧ : ଭୁଵନେଶ୍ଵର ଏମ୍ସର ପ୍ରତିଷ୍ଠାତା ନିର୍ଦ୍ଦେଶକ,ତଥା ଦେଶର ସ୍ୱନାମଧନ୍ୟ ଚିକିତ୍ସକ ପଦ୍ମଶ୍ରୀ ଡ଼ ଅଶୋକ ମହାପାତ୍ରଙ୍କର ସୋମବାର ୭୪ ବର୍ଷ ବୟସରେ ପରଲୋକ ଘଟିଛି। ଡ଼ ଶ୍ରୀ ମହାପାତ୍ର ମସ୍ତିଷ୍କ କର୍କଟ ରୋଗରେ ପିଡୀତ ହୋଇ ଦିଲ୍ଲୀ ଏମ୍ସରେ ଚିକିତ୍ସାଧିନ ଥିଲେ। ସୋମବାର ରାତି ୯.୧୫ ମିନିଟରେ ଶେଷନିଶ୍ବାସ ତ୍ୟାଗ କରିଥିଲେ।ତାଙ୍କ ମୃତ୍ୟୁରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ଵର ବେହେରା ଓ ଧୃବ ସାହୁ ଗଭିର ଶୋକ ପ୍ରକଟ କରିଵା ସହିତ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଦେଶ ତଥା ଆମ ରାଜ୍ୟ ଜଣେ
ସ୍ୱନାମଧନ୍ୟ ଚିକିତ୍ସିକ ହରାଇଲା ବୋଲି ତାଙ୍କ ଶୋକ ବାର୍ତ୍ତାରେ ଜଣାଇଛନ୍ତି। ପ୍ରକାଶଥାଉକି,ସ୍ଵର୍ଗତ ମହାପାତ୍ର ଶିଶୁ ସ୍ନାୟୁଶଲ୍ୟ ବିଶେଷଜ୍ଞ ଭାବେ ସାରାଦେଶରେ ତାଙ୍କର ବେଶ୍ ପରିଚିତ ଥିଲା ।ସେ ଦିଲ୍ଲୀ ଏମ୍ସରେରେ ନ୍ୟୁରୋ ସର୍ଜରୀ ବିଭାଗର ମୂଖ୍ୟ ନିର୍ଦ୍ଧେଶକ ଭାବେ କାର୍ଯ୍ୟକରି ବେଶ୍ ପ୍ରଶଂସା ସାଉଁଟି ଥିଲେ।ଲକ୍ଷ୍ନୋ ସ୍ଥିତ ସଂଜୟ ଗାନ୍ଧୀ ପୋଷ୍ଟଗ୍ରାଜୁଏଟ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସର ନିର୍ଦ୍ଧେଶକ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ।୨୦୧୭ ମସିହାରେ ଦିଲ୍ଲୀ ଏମ୍ସରେ ଓଡ଼ିଶାର ଶିଶୁ ଜଗା-ଵଳିଆଙ୍କ ଯୋଡ଼ାମୁଣ୍ଡ ଅସ୍ତ୍ରୋପଚାର ତାଙ୍କ
ତାଙ୍କ ତତ୍ବାବଧାନରେ ହୋଇଥିଲା।୨୦୧୨ରୁ୨୦୧୬ ପର୍ଯ୍ୟନ୍ତ ଭୁବନେଶ୍ବର ଏମ୍ସରେ ନିର୍ଦ୍ଧେଶକ ଭାବେ ସଫଳତାର ସହ କାର୍ଯ୍ୟ କରିଥିଲେ। ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ତାଙ୍କୁ ୨୦୨୪ ମସିହାରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।

Leave A Reply

Your email address will not be published.