ଦିଲ୍ଲୀ ମହିଳା କମିସନ ଅଧ୍ୟକ୍ଷାଙ୍କୁ ମିଳିଲା ଭୟଙ୍କର ଧମକ, ଆରମ୍ଭ ହେଲା ଯାଞ୍ଚ

ଦିଲ୍ଲୀ ମହିଳା କମିସନ ଅଧ୍ୟକ୍ଷା ସ୍ୱାତୀ ମାଲିୱାଲଙ୍କୁ ରେପ୍ ଧମକ ମିଳିଛି । ସ୍ୱାତୀଙ୍କୁ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଧମକ ଦିଆଯାଇଛି । ଏନେଇ ସେ ଦିଲ୍ଲୀ ପୋଲିସରେ ଅଭିଯୋଗ କରିଛନ୍ତି । ନିକଟରେ ସାଜିଦ ଖାନଙ୍କୁ ବିଗ ବସରୁ ବାହାର କରିବା ପାଇଁ ସ୍ୱାତୀ ସୂଚନା ଓ ପ୍ରସାରଣ ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ତା’ପରଠାରୁ ତାଙ୍କ ପାଖକୁ ଧମକ ଆସୁଥିବା ସ୍ୱାତୀ ଅଭିଯୋଗ କରିଛନ୍ତି ।

Comments are closed.