ଲଗାଣବର୍ଷା ପବନରେ ପଟ୍ଟାମୁଣ୍ଡାଇ ଷ୍ଟେଟ ବ୍ୟାଙ୍କରେ ଗଛ ଉପୁଡି, ୨ଟି ବାଇକ ଭାଂଗିଲା,ସେବା ପ୍ରଭାବିତ

0

ପଟ୍ଟାମୁଣ୍ଡାଇ ତା ୨୩/୯-ଗତ କିଛି ଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ପବନ ଯୋଗୁଁ ପଟ୍ଟାମୁଣ୍ଡାଇ ଅଂଚଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି I ସର୍ବତ୍ର ରାସ୍ତାଘାଟରେ ପାଣି ସୁଅ ଛୁଟୁଛି I ଲଗାଣବର୍ଷା ପବନ ଯୋଗୁଁ ପଟ୍ଟାମୁଣ୍ଡାଇ ଷ୍ଟେଟ ବ୍ୟାଙ୍କ ପରିସରରେ ଥିବା ଏକ କଦମ୍ଭ ଗଛ ହଠାତ ଉପୁଡି ପଡିବା ଫଳରେ ଦୁଇଟି ବାଇକ ଭାଙ୍ଗି ଯାଇଛି I ବ୍ୟାଙ୍କ କର୍ମଚାରୀ ଓ ଗ୍ରାହକ ମାନେ ଅଳ୍ପକେ ବର୍ତି ଯାଇଛନ୍ତି I ହଟାତ ଗଛ ଉପୁଡିବା ଯୋଗୁଁ ଏକ ବଡ଼ ଧରଣର ଦୁର୍ଘଟଣା ଆଶଙ୍କା କରା ଯାଉଥିଲା I ତେଵେ ଲଗାଣବର୍ଷା ପବନ ଯୋଗୁଁ ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଞ୍ଚଳରେ ଜନଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଛି I ବର୍ଷା ପବନ ଯୋଗୁଁ ବ୍ୟାପକ ପନିପରିବା ଫସଲ ନଷ୍ଟ ହୋଇଥିବାରୁ ପନିପରିବା ଦର ଆକାଶଛୁଆଁ ହୋଇଛି I ତେଵେ ସମ୍ଭାବ୍ୟ ବାତ୍ୟା ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରଚାର ଚାଲି ଥିବାରୁ ସ୍ଥାନୀୟ ଲୋକମାନେ ଆଶା ଆଶଙ୍କା ମଧ୍ୟରେ ଦିନ କାଟୁଛନ୍ତି I ବାତ୍ୟା ନେଇ ବିଭିନ୍ନ ସ୍ଥାନରେ ଚର୍ଚ୍ଚା ଆଲୋଚନା ଚାଲିଛି I

Leave A Reply

Your email address will not be published.