ପଟ୍ଟାମୁଣ୍ଡାଇ ବ୍ଲକ ସ୍ତରୀୟ ମତ୍ସ୍ୟ ପଶୁ ସମ୍ପଦ ମେଳା
ପଟ୍ଟାମୁଣ୍ଡାଇ୧୭/୧୧-କୃଷି ସହିତ ପର୍ଯ୍ୟଟନର ବିକାଶ ଶିଳ୍ପବିହୀନ କେନ୍ଦ୍ରାପଡ଼ା ଜିଲ୍ଲାରେ ସମୃଦ୍ଧି ଆଣିବ ବୋଲି ପଟ୍ଟାମୁଣ୍ଡାଇ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପଶୁ ସମ୍ପଦ ମେଳାକୁ ମୁଖ୍ୟ ଅତିଥି ଭାବେ ଉଦଘାଟନ କରି ରାଜନଗର ବିଧାୟକ ଧ୍ରୁବ ସାହୁ ପ୍ରକାଶ କରିଛନ୍ତି I ଏହି ଉପଲକ୍ଷେ ପଟ୍ଟାମୁଣ୍ଡାଇ ବ୍ଲକ ସହକାରୀ ମତ୍ସ୍ୟ ଅଧିକାରୀଣୀ ହରପ୍ରିୟା ବେହେରାଙ୍କ ସଂଯୋଜନାରେ ବଡ଼ମୂଳବସନ୍ତ ନିତାୟୀ ଚୈତନ୍ୟ ହାଇସ୍କୁଲ ପଡିଆରେ ଆୟୋଜିତ ଉତ୍ସବ ରେ ରାଜନଗର ବିଧାୟକ ଶ୍ରୀସାହୁ କହିଲେ ପଟ୍ଟାମୁଣ୍ଡାଇ ଅଂଚଳ କୃଷି ଭିତ୍ତିକ ଅଂଚଳ ହୋଇଥିବାରୁ କୃଷି ହେଉଛି କୃଷକମାନଙ୍କ ମୁଖ୍ୟ ଆୟ ପନ୍ଥା I କୃଷି ଓ ପର୍ଯ୍ୟଟନ ବିକାଶ ସହ ପ୍ରାକୃତିକ ବିପର୍ଯୟର ସଫଳ ମୁକାବିଲା କୃଷକ ମାନଙ୍କୁ ଆର୍ଥିକ ସଶକ୍ତ କରିବ I ଆଧୁନିକ ପ୍ରଣାଳୀ ଚାଷ କଲେ ଉତ୍ପାଦନ ବୃଦ୍ଧି ପାଇବା ସହିତ କୃଷକଙ୍କ ଆୟ ବୃଦ୍ଧି ହେବ I ପଂଚାୟତ ଓ ଗାଁ ମାନଙ୍କରେ ପୋଖରୀ ଉନ୍ନତି କରଣ କରାଯାଇ ମତ୍ସ୍ୟ ଚାଷ କରାଗଲେ କୃଷକଙ୍କ ଆୟ ବଢିବ I ମତ୍ସ୍ୟ ଚାଷ ସହିତ କୁକୁଡ଼ା ଛେଳି ଘୁଷୁରୀ ଆଦି ବିଭିନ୍ନ ପ୍ରକାର ଚାଷ କଲେ ଚାଷୀ ଉପକୃତ ହୋଇପାରିବ I ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ବିଭିନ୍ନ କୃଷକ କଲ୍ୟାଣ ଯୋଜନାର ଫାଇଦା ନେବାକୁ ବିଧାୟକ ଶ୍ରୀସାହୁ ପରାମର୍ଶ ଦେବା ସହିତ ବିଭିନ୍ନ ଯୋଜନାରେ ସଫଳ କୃଷକ ଓ ମହିଳା ଏସ ଏସ ଜି ମାନଙ୍କୁ ସହାୟତା ରାଶି ବଣ୍ଟନ କରିବା ସହିତ ସମ୍ମାନିତ ଓ ସମ୍ବର୍ଦ୍ଧିତ କରିଥିଲେ I ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ଏହି ମେଳା ଏକ କୃଷକ ସଚେତନତା ମେଳା Iକୃଷି ହେଉଛି କୃଷକର ମେରୁଦଣ୍ଡ I କୃଷିର ଆୟ ବିନା କୃଷକ ବଂଚିବା ମୁସ୍କିଲ I ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ପକ୍ଷରୁ ମାଛ ଚାଷ କୁକୁଡ଼ା ଚାଷ ଛେଳି ଚାଷ ଓ ଘୁଷୁରୀ ଚାଷ ପାଇଁ ଥିବା ବିଭିନ୍ନ ସ୍କିମର କୃଷକମାନେ ଫାଇଦା ଉଠାଇ ଆର୍ଥିକ ପ୍ରଗତି ହାସଲ କରିବା ସହିତ ପ୍ରୋତ୍ସାହନ ରାଶି ପାଇପାରିବେ ବୋଲି ପ୍ରକାଶ କରି ପ୍ରତ୍ୟେକ ସରକାରୀ ଯୋଜନା ବିଷୟରେ ସଚେତନ ହୋଇ କାର୍ଯ୍ୟରେ ଲଗାଇବାକୁ ପରାମର୍ଶ ଦେଇଥିଲେ I କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସାଧିକାରୀ ଡା ଜୈମିନ ମହାପାତ୍ର ରାଜ୍ୟ ସରକାରଙ୍କ ବିଭିନ୍ନ ଚାଷୀ କଲ୍ୟାଣ ଯୋଜନା ସମ୍ପର୍କରେ ଆଲୋକପାତ କରି ଏହାର ଫାଇଦା ନେବାକୁ ଅନୁରୋଧ କରିଥିଲେ I ସଭା ଆରମ୍ଭରେ ପଟ୍ଟାମୁଣ୍ଡାଇ ବ୍ଲକ ପଶୁ ସମ୍ପଦ ଅଧିକାରୀ ଡା ପ୍ରଦୀପ ଜେନା କାର୍ଯ୍ୟକ୍ରମ ସମ୍ପର୍କ ରେ ସୂଚନା ଦେଇଥିଲେ I ଏହି ସଭାରେ ପଟ୍ଟାମୁଣ୍ଡାଇ ବ୍ଲକ ଉପାଧ୍ୟକ୍ଷା ଜୟନ୍ତୀ ସ୍ୱାଇଁ ବି ଡି ଓ ଶୀତଲ ଅଗ୍ରୱାଲ ୧୫ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟା ପ୍ରିୟଦର୍ଶନୀ ତରାଇ ବଡ଼ମୂଳବସନ୍ତ ସରପଞ୍ଚ ସନ୍ତୋଷ ସେଠୀ, ଶାସନ ସରପଞ୍ଚ ସଂଗ୍ରାମ ବାରିକ ସାନଜରିଆ ସମିତି ସଭ୍ୟ ସୁବାଷ ବାରିକ ଗଙ୍ଗାରାମପୁର ସମିତି ସଭ୍ୟ ବିଶ୍ୱ ରଞ୍ଜନ ଭୂୟାଁ ଓ ଖଣତା ସମିତି ସଭ୍ୟ ସୁରେଶ ଜେନା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ I ଶେଷରେ ସହକାରୀ ମତ୍ସ୍ୟ ଅଧିକାରୀ ହରପ୍ରିୟା ବେହେରା ଧନ୍ୟବାଦ ଦେଇଥିଲେ I ଏହି ମେଳା ରେ ପଟ୍ଟାମୁଣ୍ଡାଇ ବ୍ଲକର ବିଭିନ୍ନ ପଂଚାୟତର ସରପଞ୍ଚ ସମିତି ସଭ୍ୟ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ କର୍ମଚାରୀ ଓ କୃଷକ ମାନେ ଯୋଗ ଦେଇଥିଲେ I କୃଷକମାନଙ୍କ ସଚେତନତା ପାଇଁ ବିଭିନ୍ନ ଷ୍ଟଲ ଖୋଲା ଯାଇଥିଲା I ଏହି କାର୍ଯ୍ୟକ୍ରମକୁ ସଂଗ୍ରାମ ସ୍ୱାଇଁ ଶଶିକାନ୍ତ ପଣ୍ଡା ପ୍ରେମାନନ୍ଦ ସେଠୀ ପ୍ରମୁଖ ପରିଚାଳନା କରିଥିଲେ I