ବେଆଇନ ନୁହେଁ, ବୈଧ ଲିଜ୍ ଜାଗାରେ ଚାଲିଛି ମାଗଣା ଯୋଗ କେନ୍ଦ୍ର

0

ସୁନାବେଡା, ୧୬/୧୧ (ନିଜସ୍ୱ ପ୍ରତିନିଧି): ସୁନାବେଡା ପୌର ପରିଷଦ ବୈଠକରେ ବେଆଇନ ନିର୍ମାଣ ଉଚ୍ଛେଦ ଦାବି ଉଠିବା ପରେ ଏବେ ନୂଆ ମୋଡ଼ ନେଇଛି ବିବାଦ। ଦି. ୧୪.୧୧.୨୦୨୬ରେ ଏ ନେଇ ଖବର ପ୍ରକାଶ ପାଇବା ପରେ ୱାର୍ଡ ନଂ-୧୪ରେ ଥିବା ଏସ୍.ଆର୍.ଏମ୍ ହେଲ୍ଥ କର୍ଣ୍ଣର ପକ୍ଷରୁ ପ୍ରତିବାଦ କରାଯାଇଛି।

ହେଲ୍ଥ କର୍ଣ୍ଣର ପକ୍ଷରୁ କୁହାଯାଇଛି, ଆମ କେନ୍ଦ୍ର ବେଆଇନ ନୁହେଁ। ପୌର ପରିଷଦଙ୍କ ଠାରୁ ବିଧିବଦ୍ଧ ଭାବେ ଲିଜ୍ ନିଆଯାଇଛି। ଲିଜ୍ ଡିଡ୍ ତାରିଖ ୦୩.୦୨.୨୦୨୩। କାଉନସିଲ୍ ରିଜୋଲ୍ୟୁସନ୍ ତାରିଖ ୦୬.୦୮.୨୦୨୨। ପ୍ଲଟ୍ ନଂ-୯୭୮, ହେଲ୍ଥ ସେଣ୍ଟର ଓ ଆନୁଷଙ୍ଗିକ ସେବା ପାଇଁ ଦିଆଯାଇଛି।

ସୂଚନା ଅନୁଯାୟୀ, ଏହି ପ୍ଲଟ୍ ମୁଖ୍ୟ ରାସ୍ତା ଠାରୁ ପ୍ରାୟ ୧୦୦ ମିଟର ଦୂରରେ ସମ୍ପୂର୍ଣ୍ଣ ଖାଲି ଜାଗାରେ ଅଛି। ସେ ପ୍ଲଟ୍ କୁ କୌଣସି ପକ୍କା ରାସ୍ତା ନାହିଁ। ପାଖରେ କୌଣସି ପଡୋଶୀ ମଧ୍ୟ ନାହାଁନ୍ତି। ତେଣୁ ରାସ୍ତା ଜବରଦଖଲ ବା ଜନସାଧାରଣଙ୍କୁ ଅସୁବିଧା ପ୍ରଶ୍ନ ହିଁ ଉଠୁନାହିଁ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।

ବର୍ତ୍ତମାନ ପ୍ରତିଦିନ ପ୍ରାୟ ୪୦ ଜଣ ଲୋକ ଏଠାରେ ମାଗଣା ଯୋଗ କରୁଛନ୍ତି। ସେମାନଙ୍କ ନାମ ପଞ୍ଜୀକରଣ ଖାତାରେ ଲେଖା ଯାଉଛି। ଏହା ଏକ ଜନହିତକର ସେବା। ଏହାକୁ ବେଆଇନ କହିବା ଠିକ୍ ନୁହେଁ ବୋଲି ସେମାନେ କହିଛନ୍ତି। ଏହା ସମ୍ପୂର୍ଣ୍ଣ ନିୟମ ଅନୁସାରେ ଉପଯୁକ୍ତ ସ୍ଥାନରେ ରହିଛି l ଅତି ଶୀଘ୍ର ଅନ୍ୟାନ୍ୟ ସେବା ଆରମ୍ଭ ହେବ | ଏ ବିଷୟରେ ବାରମ୍ବାର ମିଥ୍ୟା ଖବର ପ୍ରଚାର ପ୍ରସାର ହେଲେ ଉଚ୍ଚତମ ନ୍ୟାୟାଳୟର ଆଶ୍ରୟ ନେବେ ବୋଲି ଶ୍ରୀମତୀ ମିଶ୍ର କହିଛନ୍ତି ।

Leave A Reply

Your email address will not be published.