ସମାଜସେବୀ ବିଜୟ ବିଶ୍ୱାଳଙ୍କ ଶ୍ରଦ୍ଧାଞ୍ଜଳି ସଭା

0

ପଟ୍ଟାମୁଣ୍ଡାଇ୧୮/୧୧: ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳର ବିଶିଷ୍ଟ ସମାଜସେବୀ ଦିବଂଗତ ବିଜୟ ବିଶ୍ୱାଳ ( ପଞ୍ଚୁ ବାବୁ )ଙ୍କ ଏକାଦଶାହ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ପେଣ୍ଠପାଳ ଠାରେ ଅନୁଷ୍ଠିତ ହୋଇଯାଇଛି I ସମାଜସେବୀ ଅଜୟ ବିଶ୍ୱାଳଙ୍କ ପୌରହିତ୍ୟରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ କଟକ ଚୌଦ୍ୱାର ନିର୍ବାଚନମଣ୍ଡଳୀ ପୂର୍ବତନ ବିଧାୟକ ବରିଷ୍ଠ ବିଜେପି ନେତା ପ୍ରଭାତ ରଞ୍ଜନ ବିଶ୍ୱାଳ କେନ୍ଦ୍ରାପଡ଼ା ବିଜେପି ବିଧାୟିକା ପ୍ରାର୍ଥୀ ଗୀତାଞ୍ଜଳି ସେଠୀ,ପଟ୍ଟାମୁଣ୍ଡାଇ ବ୍ଲକ ପ୍ରାକ୍ତନ ଅଧକ୍ଷ ମାନସ ରଞ୍ଜନ ସାମଲ ଜିଲ୍ଲା ପରିଷଦ ସଦସ୍ୟା ପ୍ରିୟଦର୍ଶିନୀ ତରାଇ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ନାରଦ ବିଶ୍ୱାଳ ବିଜେପି ଯୁବ ନେତା ଦିଲ୍ଲୀପ ବିଶ୍ୱାଳ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ମିଟୁ ମନୋଜ ନାୟକ,ବରିଷ୍ଠ ଯୁବନେତା ରଶ୍ମି ରଞ୍ଜନ ସ୍ୱାଇଁ ସିଂହଗାଁ ସମିତି ସଭ୍ୟ ଅଭୟ ସ୍ୱାଇଁ,ପେଣ୍ଠପାଳ ସମବାୟ ସମିତି ସଭାପତି ଧନେଶ୍ୱର ପ୍ରଧାନ,ବରିଷ୍ଠ ନେତା କେଦାର ବିଶ୍ୱାଳ,ପ୍ରାକ୍ତନ ଅଧିକାରୀ ନାରାୟଣ ବିଶ୍ୱାଳ,ସମାଜସେବୀ ଟୁକୁ ରାୟ,୧୫ନଂ ଜୋନ ବିଜେପି ସଭାପତି ଆରୋସିସ ରାଉତ, ସହିରା ସରପଞ୍ଚ ହେମନ୍ତ ମହାନ୍ତି ଯୁବସମାଜ ସେବୀ ଜିତୁ ସାହୁ,ଆରତ ରଞ୍ଜନ ବିଶ୍ୱାଳ,ପୂର୍ବତନ ସମବାୟ ସମିତି ସଭାପତି ଶ୍ରୀକାନ୍ତ ସାମଲ ହେମନ୍ତ ବିଶ୍ୱାଳ,କାଶୀନାଥ ପାଢ଼ୀ,ଗୁଣମଣି ବିଶ୍ୱାଳ ଓ ରଂଜିତ ମଲ୍ଲିକ ପ୍ରମୁଖ ଭାଷଣ ଦେଇ ଧୋୟାଞ୍ଚଳ ବିକାଶରେ ଦିବଂଗତ ପଞ୍ଚୁ ବାବୁଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରି ତାଙ୍କ ଅମ୍ଲାନ ସ୍ମୃତି ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ I ଶେଷରେ ଅଶ୍ୱିନୀ ବିଶ୍ୱାଳ ଧନ୍ୟବାଦ ଦେଇଥିଲେ I

Leave A Reply

Your email address will not be published.