ଭୁବନେଶ୍ୱର: ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ପ୍ରକାଶନ ସଂସ୍ଥା ବ୍ଲାକ୍ ଈଗଲ୍ ବୁକ୍ସ ପକ୍ଷରୁ ଅଷ୍ଟମ ‘ବ୍ଲାକ୍ ଈଗଲ୍ ବୁକ୍ସ ପ୍ରଥମ ବହି ପୁରସ୍କାର-୨୦୨୬’ ପ୍ରଦାନ ଉତ୍ସବ ଭୁବନେଶ୍ୱରସ୍ଥିତ ସଂସ୍ଥାର କାର୍ଯ୍ୟାଳୟରେ ଆୟୋଜିତ ହୋଇଯାଇଛି।
କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ବିଶିଷ୍ଟ ଲେଖକ ଡକ୍ଟର ଗୌରହରି ଦାସ ଏହି ସଭାରେ ଅଧ୍ୟକ୍ଷତା କରିଥିବାବେଳେ ବରିଷ୍ଠ ସାହିତ୍ୟିକ ପ୍ରଫେସର ମଣୀନ୍ଦ୍ର କୁମାର ମେହେର ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ।

ଏହି ଉତ୍ସବରେ ‘ଈଶ୍ୱର କାହିଁକି?’ ଶୀର୍ଷକ ପ୍ରବନ୍ଧ ସଂକଳନର ଲେଖକ ପ୍ରବୀର କୁମାର ସାହୁଙ୍କୁ ୨୦୨୬ ବର୍ଷର ‘ବ୍ଲାକ୍ ଈଗଲ୍ ବୁକ୍ସ ପ୍ରଥମ ବହି ପୁରସ୍କାର’ ପ୍ରଦାନ କରାଯାଇଥିଲା। ଏଥିସହିତ ଉପବିଜେତା ସନ୍ଦୀପ ମହାପାତ୍ରଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।
ଉତ୍ସବରେ ବ୍ଲାକ୍ ଈଗଲ୍ ବୁକ୍ସର ନିର୍ଦ୍ଦେଶକ ସତ୍ୟ ପଟ୍ଟନାୟକ ଅନ୍ଲାଇନ୍ ମାଧ୍ୟମରେ ଯୋଗଦେଇ ନିଜର ମତ ରଖିଥିଲେ। ସେ କହିଥିଲେ ଯେ, ଅଳ୍ପ କିଛି ବର୍ଷ ମଧ୍ୟରେ ସଂସ୍ଥା ୯୦୦ରୁ ଊର୍ଦ୍ଧ୍ୱ ପୁସ୍ତକ ପ୍ରକାଶ କରିବାର ସଫଳତା ହାସଲ କରିଛି। ଟେକ୍ନୋଲୋଜିର ସହାୟତାରେ ଓଡ଼ିଆ ପୁସ୍ତକକୁ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ପହଞ୍ଚାଇବା ସମ୍ଭବ ହୋଇପାରିଛି ବୋଲି ସେ ଉଲ୍ଲେଖ କରିଥିଲେ।
ଶେଷରେ ସୁନୀଲ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।
ରିପୋର୍ଟ-ସନାତନ ମହାକୁଡ଼