ସାଂସଦ ବୈଜୟନ୍ତ ପଣ୍ଡା ମହାରାଷ୍ଟ୍ର ପ୍ରଭାରୀ ନିଯୁକ୍ତ, ବିଭିନ୍ନ ମହଲରରୁ ଶୁଭେଚ୍ଛା

0

ପଟ୍ଟାମୁଣ୍ଡାଇ୨୩/୯-ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଉପରେ ବିଜେପି ରାଷ୍ଟ୍ରୀୟ ଅଧକ୍ଷ ନିତିନ ନବୀନ ପୁନଃ ଆସ୍ଥା ପ୍ରକଟ କରିଛନ୍ତି I ସାଂସଦ ଶ୍ରୀପଣ୍ଡାଙ୍କ ଦୀର୍ଘ ଅନୁଭୂତି ଓ ଅଭିଜ୍ଞତାକୁ ବିଚାରକୁ ନେଇ ବିଜେପି ରାଷ୍ଟ୍ରୀୟ ଅଧକ୍ଷ ମହାରାଷ୍ଟ୍ର ଭଳି ଗୁରୁତ୍ୱପୂର୍ଣ୍ଣ ରାଜ୍ୟର ବିଜେପି ପ୍ରଭାରୀ ଭାବେ ନିଯୁକ୍ତି ଦେଇଛନ୍ତି I ଏହି ଖବର ମିଳିବା ପରେ କେନ୍ଦ୍ରାପଡ଼ା ଜିଲ୍ଲା ତଥା ପଟ୍ଟାମୁଣ୍ଡାଇ ଅଂଚଳରେ ଆନନ୍ଦର ଲହରୀ ଖେଳିଯାଇଛି I ଏଥି ପାଇଁ ସାଂସଦ ଶ୍ରୀପଣ୍ଡାଙ୍କୁ ନରସିଂହପୁର ସରପଞ୍ଚ ଦୀପ୍ତିମୟୀ ପରିଡା ଯୁବନେତା ସୁଶୀଲ ପରିଡା ଜିଲ୍ଲା ବିଜେପି ଏସ ସି ମୋର୍ଚା ସମ୍ପାଦକ ଆଡ଼ଭୋକେଟ ଶିଶିର ମଲିକ ଗିରିଜା ଶଙ୍କର ସାମଲ ଚନ୍ଦନ ପାତ୍ର ପରେଶ ସାହୁ ପ୍ରମୁଖ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିଛନ୍ତି I

Leave A Reply

Your email address will not be published.