ପୋଖରୀରେ ବୁଡି କୁନି ଛାତ୍ରଙ୍କ ମୃତ : ସମଗ୍ର ଧୋୟାଞ୍ଚଳ ରେ ଶୋକର ଛାୟା

0

ପଟ୍ଟାମୁଣ୍ଡାଇ୨୩/୯- ପଟ୍ଟାମୁଣ୍ଡାଇ ବ୍ଲକ ତଥା ଆଦର୍ଶ ଥାନା ଅନ୍ତର୍ଗତ ପେଣ୍ଠପାଳ ପଂଚାୟତରେ ଆଜି ଏକ ଅଭାବନୀୟ ଘଟଣା ଘଟି ଯାଇଛି I ପେଣ୍ଠପାଳ ପଂଚାୟତ ପେଣ୍ଠପାଳ ଗ୍ରାମର ତାପସ ବିଶ୍ୱାଳଙ୍କ ପୁଅ ପ୍ରକାଶ ବିଶ୍ୱାଳ (ବବଲୁ ) ୧୧ବର୍ଷ ନିକଟସ୍ଥ ସିରା ପଡିଆ ପୋଖରୀକୁ ଦିବା ୧ଘଟିକା ସମୟରେ ଶୌଚ ହେବା ପାଇଁ ଯାଇଥିଲା I ମାତ୍ର ଦୀର୍ଘ ସମୟ ଧରି ଘରକୁ ନଫେରିବାରୁ ପରିବାର ଲୋକମାନେ ବ୍ୟସ୍ତ ହୋଇ ଖୋଜା ଖୋଜି କରିଥିଲେ I ଖବର ପାଇ ପଟ୍ଟାମୁଣ୍ଡାଇରୁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ଥିଲା I ପୋଖରୀ ନିକଟରେ ତଲାସ ପରେ ସେଠାରେ ସେ ପାଣିରେ ବୁଡି ମୃତ୍ୟୁବରଣ କରିଥିବା ଦେଖିବାକୁ ମିଳିଥିଲା I ଅଗ୍ନିଶମ ବାହିନୀ ସ୍ଥାନୀୟ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ପୋଖରୀ ମଧ୍ୟରୁ ମୃତ ଦେହ ଉଦ୍ଧାର କରାଯାଇଥିଲା I ମୃତ ବବୁଲ ପେଣ୍ଠପାଳ ପ୍ରକଳ୍ପ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ୫ମ ଶ୍ରେଣୀରେ ପଢୁଥିଲା I ସ୍ଥାନୀୟ ପୋଲିସ ଏ ସମ୍ପର୍କରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ପଠାଇଛି I

Leave A Reply

Your email address will not be published.