ଆର , ଉଦୟଗିରି (ମନୋଜ କୁମାର ପାଢୀ ଙ୍କ):-ଲଘୁଚାପ ପ୍ରଭାବରେ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି। ଭାରତୀୟ ପାଣିପାଗ ସୂଚନା କେନ୍ଦ୍ରର ତଥ୍ୟ ଅନୁଯାୟୀ ୨୩ ତାରିଖ ରାତି କିମ୍ବା ୨୪ ତାରିଖ ସକାଳ ସମୟରେ ବିଶାଖାପାଟଣା ଠାରୁ ଗୋପାଳପୁର ମଧ୍ୟରେ ବାତ୍ୟା ସ୍ଥଳଭାଗ ଛୁଇଁବାର ଆଶଙ୍କା ରହିଛି।ଆଜି ୨୩ ସେପ୍ଟେମ୍ବର ୨୦୨୬ ସକାଳ ସୁଦ୍ଧା ଜିଲ୍ଲାର ୮ ଗୋଟି ବର୍ଷାମାପକ କେନ୍ଦ୍ରରେ ମୋଟ ୬୩୩.୫ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ସୂଚନା ମିଳିଛି। ଜିଲ୍ଲାର ହାରାହାରି ବର୍ଷା ପରିମାଣ ୭୯.୧୯ ମିଲିମିଟର ରହିଛି।ବର୍ଷାମାପକ କେନ୍ଦ୍ର ଅନୁଯାୟୀ, ମୋହନାରେ ସର୍ବାଧିକ ୧୪୫ ମିମି ବର୍ଷା ହୋଇଥିବା ବେଳେ ଆର୍.ଉଦୟଗିରିରେ ୧୦୨.୩ ମିମି, ପାରଳାଖେମୁଣ୍ଡିରେ ୮୭.୮ ମିମି ଏବଂ ନୂଆଗଡ଼ରେ ୭୭.୬ ମିମି ବର୍ଷା ରେକର୍ଡ ହୋଇଛି।ସେହିପରି ଗୋଷାଣିରେ ୬୮ ମିମି, ଗୁମ୍ମାରେ ୫୫ ମିମି, କାଶୀନଗରରେ ୪୯ ମିମି ଏବଂ ରାୟଗଡ଼ାରେ ସର୍ବନିମ୍ନ ୪୮.୮ ମିମି ବର୍ଷା ହୋଇଛି।ଜିଲ୍ଲା ଜରୁରୀକାଳୀନ ବିଭାଗ,ଗଜପତି ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଏହି ତଥ୍ୟ ରେକର୍ଡ କରାଯାଇଛି। ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଓ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଥିବା ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଥିବା ଜଣାପଡିଛି।
Sign in
Sign in
Recover your password.
A password will be e-mailed to you.