କୋରାପୁଟ ନାରାୟଣପାଟଣାରେ କାଳବୈଶାଖୀର କରାଳ ରୂପ।

ମାତ୍ର କେଇ ମିନିଟର ଝଡ଼ ପବନରେ ଛାରଖାର ହୋଇଯାଇଛି ଶିକ୍ଷାର ମନ୍ଦିର। ଉଡ଼ିଲା ଛାତ, ଭାଙ୍ଗିଲା ଗେଟ୍ ଆଉ ଭୁଶୁଡ଼ିଲା ପିଲର୍।

କୋରାପୁଟ : କୋରାପୁଟ ନାରାୟଣପାଟଣାରେ କାଳବୈଶାଖୀର କରାଳ ରୂପ। ମାତ୍ର କେଇ ମିନିଟର ଝଡ଼ ପବନରେ ଛାରଖାର ହୋଇଯାଇଛି ଶିକ୍ଷାର ମନ୍ଦିର। ଉଡ଼ିଲା ଛାତ, ଭାଙ୍ଗିଲା ଗେଟ୍ ଆଉ ଭୁଶୁଡ଼ିଲା ପିଲର୍।

କାଳବୈଶାଖୀର ଏହି ତାଣ୍ଡବ ଦେଖିବାକୁ ମିଳିଛି ନାରାୟଣପାଟଣାର ଏକ ସ୍କୁଲରେ। ପବନର ବେଗ ଏତେ ଥିଲା ଯେ ସ୍କୁଲ ଛାତ ଉପରେ ପଡ଼ିଥିବା ଆଜବେଷ୍ଟସ ସମ୍ପୂର୍ଣ୍ଣ ଉଡ଼ି ଯାଇଥିବା ବେଳେ ପାଚେରୀ ଓ ଗେଟ୍‌ ମଧ୍ୟ ଭାଙ୍ଗି ପଡ଼ିଛି। ତେବେ ଭାଗ୍ୟ ଭଲ, ଏବେ ଖରାଛୁଟି ଚାଲିଥିବାରୁ ସ୍କୁଲରେ କୌଣସି ଛାତ୍ରଛାତ୍ରୀ ନଥିଲେ, ନଚେତ୍‌ ଏକ ବଡ଼ ଧରଣର ଅଘଟଣ ଘଟିବାର ଆଶଙ୍କା ଥିଲା।

ମାତ୍ର ୪ ମାସ ପୂର୍ବରୁ ସ୍କୁଲ କୋଠାର ଏହି ନୂଆ ଛାତ ନିର୍ମାଣ ହୋଇଥିଲା। ତେବେ ପ୍ରଥମ ଝଡ଼ରେ କେମିତି ଭୁଶୁଡ଼ି ପଡ଼ିଲା ନୂଆ ପିଲର୍? ମାତ୍ର ୪ ମାସରେ ଛାତ ଉଡ଼ିବା କ’ଣ ନିମ୍ନମାନର କାମର ପ୍ରମାଣ ନୁହେଁ କି? ତାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

Comments are closed.