ବାଘ ଛାଲ ଡିଲ ବେଳେ ମାଡି ବସିଲା ବନ ବିଭାଗ : ଦୁଇ ଶିକାରୀ ଗିରଫ

0

ବୌଦ୍ଧ : ବାଘ ଛାଲ ଡିଲ ସମୟରେ ମାଡ଼ିବସିଲା ବନ ବିଭାଗ । ଚଢ଼ାଉ ପରେ ବନ ବିଭାଗ ଗୋଟିଏ କଲରାପତରିଆ ବାଘ ଚମଡା ସହ ଗୋଟିଏ ବାଇକ, ଦୁଇଟି ମୋବାଇଲ ଜବତ ସହିତ ଦୁଇ ଶିକାରୀକୁ କାବୁ କରିଛି । ସୂଚନା ଅନୁସାରେ ବୌଦ୍ଧ ବନଖଣ୍ଡ ଅଧିନସ୍ତ ହରଭଙ୍ଗା ବ୍ଲକ ପୁରୁଣାକଟକ ବନାଞ୍ଚଳ ଅନ୍ତର୍ଗତ କରଞ୍ଜକଟା ଗ୍ରାମ ନିକଟରେ କଲରାପତାରିଆ ବାଘ ଛାଲ ଡିଲ ବେଳେ ବନବିଭାଗର ସ୍ୱତନ୍ତ୍ର ଭିଜିଲାନ୍ସ ଟିମ ଏବଂ ବୌଦ୍ଧ ଏସିଏଫ, ପୁରୁଣାକଟକ ରେଞ୍ଜ ଅଧିକାରୀ ବିଶେଷ ସୂତ୍ରରୁ ଖବର ପାଇ ମିଳିତଭାବେ ଚଢ଼ାଉ କରି ଦୁଇ ଶିକାରୀ ଙ୍କୁ ମାଡି ବସିଥିଲା। ସେମାନଙ୍କ ଠାରୁ ଗୋଟିଏ କଲରା ପତରିଆ ବାଘ ଚମଡା ଜବତ କରିବାରେ ବନ ବିଭାଗ ସକ୍ଷମ ହୋଇଛି।

ଦୁଇ ଅଭିଯୁକ୍ତ ହେଲେ ପୁରୁଣାକଟକ ଥାନା କରଞ୍ଜକଟା ଗ୍ରାମର ଅଭୟ ନାୟକ ଓ ହରଭଙ୍ଗା ଥାନା ବାଇସପଡ଼ା ଗ୍ରାମର ନୀଳକଣ୍ଠ କହଁର ବୋଲି ସୂଚନା ମିଳିଛି । ଏବେ ଶିକାରୀ ଦୁଇ ଜଣଙ୍କୁ ଅଟକ ରଖି ବନ ବିଭାଗ ଅଧିକ ତଦନ୍ତ ଜାରି ରଖିଛି ।ଆଜିର ଏହି ଚଢ଼ାଉରେ ବନବିଭାଗ ଭିଜିଲାନ୍ସ ଟିମ, କଟକର ବନପାଳ ବାଲାଇ ମୁର୍ମୁ, ବୌଦ୍ଧ ଏ. ସି. ଏଫ ମିନାକ୍ଷୀ କୁମୁରା, ପୁରୁଣାକଟକ ବନାଞ୍ଚଳ ଅଧିକାରୀ ଜୟନ୍ତ କୁମାର ଦାଶ, ଚାରିଛକ ବନପାଳ ସତୀଶ ରଞ୍ଜନ କମ୍ପ ପ୍ରମୁଖ ସାମିଲ ଥିଲେ ।

Leave A Reply

Your email address will not be published.