ତେହରାନ: ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ଆମେରିକାକୁ କଡା ଚେତାବନୀ ଦେଇଛନ୍ତି। ଦୀର୍ଘ ଦିନ ଧରି ସର୍ବସାଧାରଣଙ୍କ ନଜରରୁ ଦୂରରେ ଥିବା ଏବଂ କୋମାରେ ଥିବା ନେଇ ଚର୍ଚ୍ଚା ହେଉଥିବା ମୋଜତାବା ଏକ ବାର୍ତ୍ତାରେ କହିଛନ୍ତି ଯେ ପାରସ୍ୟ ଉପସାଗର ଅଞ୍ଚଳରେ ଅଶାନ୍ତି ସୃଷ୍ଟି କରୁଥିବା ‘ବିଦେଶୀ ଶକ୍ତି’ ବା ‘ଏଲିୟନ୍ସ’ଙ୍କୁ ସମୁଦ୍ରର ଗଭୀର ଜଳରାଶିକୁ ପଠାଇ ଦିଆଯିବ। ଇରାନର ବନ୍ଦର ଉପରୁ ନୌସେନା ଅବରୋଧ ହଟାଇବା ପାଇଁ ଇରାନ ଦେଇଥିବା ପ୍ରସ୍ତାବକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରତ୍ୟାଖ୍ୟାନ କରିବା ପରେ ମୋଜତାବା ଏହି ଚେତାବନୀ ଦେଇଛନ୍ତି। ମୋଜତାବା କହିଛନ୍ତି ଯେ, ଆମେରିକାର ଉପସ୍ଥିତି ହିଁ ଏହି ଅଞ୍ଚଳରେ ଅଶାନ୍ତିର ମୁଖ୍ୟ କାରଣ।
Sign in
Sign in
Recover your password.
A password will be e-mailed to you.
Comments are closed.