ଓଡିଶାବାଲେଶ୍ୱର ବାଲେଶ୍ୱରରେ ମାନବିକତାର ମହାପର୍ବ : ଟିମ୍ ସ୍ନୋ ଫେଷ୍ଟ୍ ପକ୍ଷରୁ ଆୟୋଜିତ ହେଲା ମେଗା ରକ୍ତଦାନ ଶିବିର •ସଂଗୃହୀତ ହେଲା ୨୦୯ ୟୁନିଟ୍ ରକ୍ତ By BB News Network On May 18, 2026 Share ବାଲେଶ୍ୱର, ୧୮/୫(କୃଷ୍ଣ କୁମାର ମହାନ୍ତି) ବାଲେଶ୍ୱର ସ୍ଥିତ ଟପ୍ ଏନ୍ ଟେଷ୍ଟି ହୋଟେଲରେ ଟିମ୍ ସ୍ନୋ ଫେଷ୍ଟ୍ ପକ୍ଷରୁ ଏକ ମେଗା ରକ୍ତଦାନ ଶିବିର ଆୟୋଜନ କରାଯାଇ ୨୦୯ ବୋତଲ ରକ୍ତ ସଂଗୃହୀତ ହୋଇଛି। ଫକୀରମୋହନ ମହାବିଦ୍ୟାଳୟର ପୂର୍ବତନ ଛାତ୍ର ସଭାପତି ତଥା ଯୁବନେତା ଶୁଭମ ସାଇ ମହାପାତ୍ରଙ୍କ ଉଦ୍ୟମରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା। ବାଲେଶ୍ୱରରେ ରକ୍ତ ଅଭାବରୁ କେହି ଯେପରି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେହି ଉଦ୍ଦେଶ୍ୟ ନେଇ ଏହି ସେବାମୂଳକ କାର୍ଯ୍ୟକ୍ରମ କରାଯାଇଥିଲା ବୋଲି ଶୁଭମ ସାଇ କହିଛନ୍ତି। ବାଲେଶ୍ୱର ଓ କଟକର ବିଭିନ୍ନ ବ୍ଲଡ୍ ବ୍ୟାଙ୍କର ମେଡିକାଲ ଟିମ୍ ଉପସ୍ଥିତ ରହି ରକ୍ତ ସଂଗ୍ରହ କାର୍ଯ୍ୟକୁ ସୁଚାରୁରୂପେ ସମ୍ପନ୍ନ କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଆୟୋଜକଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ। ଉପସ୍ଥିତ ଅତିଥିଙ୍କ ମଧ୍ୟରେ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା, ବସ୍ତା ବିଧାୟିକା ସୁବାସିନୀ ଜେନା, ବାଲେଶ୍ୱର ସଦର ବିଧାୟକ ମାନସ କୁମାର ଦତ୍ତ, ବାଲେଶ୍ୱର କୋପରେଟିଭ୍ ବ୍ୟାଙ୍କ ସଭାପତି ସୂର୍ଯ୍ୟକାନ୍ତ କର ଏବଂ ସମାଜସେବୀ ଶାହିରୁଲ ହକ ପ୍ରମୁଖ ଥିଲେ। ଶିବିରକୁ ସଫଳ କରିବାରେ ଯୁବ ସ୍ୱେଚ୍ଛାସେବୀଙ୍କ ଭୂମିକା ଉଲ୍ଲେଖନୀୟ ଥିଲା। ଦେବଜ୍ୟୋତି ଦାସ ମହାପାତ୍ର, ଅଭିଜିତ ବିଶ୍ୱାଳ, ରୀମା ଜୋସେଫ, ପ୍ରକାଶ ସନ୍ଦିବିଗ୍ରହ, ଅନିଲ ପ୍ରଧାନ, ଜଗନ୍ନାଥ ବେହେରା, ବୈଭବ ଶତପଥୀ, ବିଦୁ ଭୂଷଣ ଓ ରିଷିକା ରାଉତଙ୍କ ସକ୍ରିୟ ସହଯୋଗ ଶିବିରକୁ ଅଧିକ ସଫଳ କରିଥିଲା। ଆୟୋଜକ ଶୁଭମ ସାଇ ମହାପାତ୍ର ସମସ୍ତ ରକ୍ତଦାତା, ମେଡିକାଲ ଟିମ୍ ଓ ସ୍ୱେଚ୍ଛାସେବୀଙ୍କୁ କୃତଜ୍ଞତା ଜଣାଇ କହିଥିଲେ ଯେ ଆଗାମୀ ଦିନରେ ମଧ୍ୟ ଏଭଳି ଜନହିତକର କାର୍ଯ୍ୟକ୍ରମ ଜାରି ରହିବ। ସ୍ଥାନୀୟ ଅଞ୍ଚଳରେ ଏହି ମେଗା ଶିବିର ଯୁବ ସମାଜ ପାଇଁ ପ୍ରେରଣାର ଉତ୍ସ ପାଲଟିଛି। Share FacebookTwitterGoogle+ReddItWhatsAppPinterestEmail
Comments are closed.