ଶତାଧିକ କଇଁଛ ଉଦ୍ଧାର : ଜଣେ ଗିରଫ

ଭୋଗରାଇ: ୧୬/୧୦, ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ଜଳସୋହରିଆ ଗ୍ରାମର ଜଣେ କଇଁଛ ବେପାରୀଙ୍କ ଘରେ ବନବିଭାଗ ଚଢ଼ାଉ କରି ଶହେରୁ ଉର୍ଦ୍ଧ୍ବ କଇଁଛ ଉଦ୍ଧାର  କରିଛି। ଏଥିସ ସହିତ  ଜଣକୁ ଗିରଫ କରିଛି ବନବିଭାଗ । ଗିରଫ ବ୍ୟକ୍ତି ଜଣକ ହେଲେ ସେହି ଗ୍ରାମର ଗୌରାଙ୍ଗ ମଣ୍ଡଳ।

ଜଳେଶ୍ୱର ବନବିଭାଗ ରେଞ୍ଜର ଜୟଶ୍ରୀ ମୂର୍ମୁଙ୍କ ନେତୃତ୍ୱରେ ଉଦୟପୁର,ବରଡ଼ିହା ଏବଂ ଜଳେଶ୍ବର ବନବିଭାଗର ଏକ ମିଳିତ ସ୍ୱତନ୍ତ୍ର ଟିମ ରବିବାର ଅପରାହ୍ନରେ ଜଳସୋହରିଆ ଗ୍ରାମରେ ଚଢ଼ାଉ କରିଥିଲେ।  ଶହେରୁ ଉର୍ଦ୍ଧ୍ଵ କଇଁଛ ଉଦ୍ଧାର କରିବା ସହିତ ଗୌରାଙ୍ଗଙ୍କୁ ଗିରଫ କରି ଜଳେଶ୍ୱର ସ୍ଥିତ ରେଞ୍ଜ ଅଫିସକୁ ନେଇଥିଲେ। ଅଧିକ ପଚରାଉଚୁରା ପାଇଁ ଶ୍ରୀ ମଣ୍ଡଳଙ୍କୁ ଅଟକ ରଖାଯାଇଛି ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଚଢ଼ାଉରେ ଜଳେଶ୍ବର ରେଞ୍ଜର ଜୟଶ୍ରୀ ମୁର୍ମୁଙ୍କ ସହିତ ଫରେଷ୍ଟର ଭକ୍ତିଲତା ଦାସ,ବନରକ୍ଷୀ ସଞ୍ଜୟ ମହାନ୍ତି, ଦିଲ୍ଲୀପ ସିଂ, ରଞ୍ଜିତା ବିଶ୍ୱାଳ, ମନୋହର ସିଂ ପ୍ରମୁଖ ସାମିଲ ଥିଲେ।

Comments are closed.