ବଲାଙ୍ଗିର: ଜେଲ୍ ଗଲା ସେକ୍ସ ରାକେଟ୍ ଚଳାଉଥିବା ରାଣୀ ମହୁମାଛି। ତା’ ସହ ୩ ଗ୍ରାହକ ମଧ୍ୟ ଆଜି ଜେଲ୍ ଯାଇଛନ୍ତି। ଗୁରୁବାର ସନ୍ଧ୍ୟା ବେଳେ ବଲାଙ୍ଗିର ଟାଉନ୍ ଥାନା ପୁଲିସ୍ ୪ ଜଣଙ୍କୁ ଗିରଫ କରିଥିବା ବେଳେ ୧୦ ରୁପଜୀବୀଙ୍କୁ ଉଦ୍ଧାର କରି ଆଶ୍ରୟସ୍ଥଳରେ ଥଇଥାନ୍ କରିଛି। ସେକ୍ସ ରାକେଟ କାରବାର ମାମଲାରେ ପୁଲିସ ରାଣୀ ମହୁମାଛିଙ୍କ ସମେତ ତିନି ଗ୍ରାହକଙ୍କୁ ଗିରଫ କରିଥିଲା। ଗିରଫ ରାଣୀ ମହୁମାଛି ସାଲେପାଲି ପଡାର ହୋଇଥିବା ବେଳେ ଗ୍ରାହକମାନେ ହେଉଛନ୍ତି, ସୋନପୁର ଜିଲ୍ଲା ତରଭା ଥାନା ଜୁଆରବନ୍ଧ ଗାଁର ରାଜେଶ ବନଛୋର, ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଖୁର୍ଳିମୁଣ୍ଡା ଗାଁର ମନବୋଧ ବାରିକ ଓ ପୁଇଁନ୍ତଲା ଥାନା ଜଳଜଡ ଗାଁର ଯୁଧିଷ୍ଠିର ଜାଲ। ଉଦ୍ଧାର ହୋଇଥିବା ୧୦ ଦେହଜୀବୀ କୋଲ୍କାତା, ରାୟପୁର, ଭୁବନେଶ୍ୱର, କେନ୍ଦୁଝର ଓ ବଲାଙ୍ଗିର ସହରର ହୋଇଥିବା ପୁଲିସ କହିଛି। ଗିରଫ ବ୍ୟକ୍ତିଙ୍କଠାରୁ ପୁଲିସ୍ ୨୧ ହଜାର ୫ ଶହ ଟଙ୍କା, ୪ଟି ମୋବାଇଲ, ସିଗାରେଟ, ମଦ, ଗର୍ଭନିରୋଧ ଟାବଲେଟ, କଣ୍ଡୋମ ସମେତ ତିନୋଟି ଵାଇକକୁ ପୋଲିସ ଜବତ କରିଛି
Sign in
Sign in
Recover your password.
A password will be e-mailed to you.
Comments are closed.