ରାଉରକେଲାରେ ପହଞ୍ଚିଲା ହକି ବିଶ୍ୱକପ ଟ୍ରଫି: ବିଭିନ୍ନ ସ୍ଥାନରେ ଭବ୍ୟ ସ୍ୱାଗତ

ରାଉରକେଲା: ଆସନ୍ତାକାଲି (ଶୁକ୍ରବାର ) ହେବାକୁ ଯାଉଛି ହକି ବିଶ୍ବକପ୍‌ର ପ୍ରଥମ ମ୍ୟାଚ୍‌। ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ଆଜି ସହରରେ ପହଞ୍ଚିଛି ହକି ବିଶ୍ବକପ୍‌ ଟ୍ରଫି।
ସକାଳ ସାଢ଼େ ପ୍ରାୟ ସାଢେ ୧୦ଟାରେ ଟ୍ରଫି ପ୍ରଥମେ ବେଦବ୍ୟାସ ମନ୍ଦିରରେ ପହଞ୍ଚିଥିଲା। ପରେ ବେଦବ୍ୟାସ ଆଶ୍ରମ, ବେଦବ୍ୟାସ ଛକ ଦେଇ ଟିସିଆ ଛକରେ ପହଞ୍ଚିଥିଲା । ଶହ ଶହ ଦର୍ଶକ ଓ ଖେଳପ୍ରେମୀ ଟ୍ରାଫିକୁ ସ୍ଵାଗତ ଜଣାଇଥିଲେ। ବେଦବ୍ୟାସ ମନ୍ଦିରେ ପୂଜାର୍ଚ୍ଚନା କରାଯାଇଥିଲା। ସେଠାରୁ ଦଣ୍ଡିଆପାଲି, ପୁରୁଣା ବ୍ରାହ୍ମଣୀ ପୋଲ ହୋଇ ଗାନ୍ଧି ଛକରେ ପହଞ୍ଚିିବା ପରେ ଦେଓଗାଁ, ସାରନଗରୀ ଗୋପବନ୍ଧୁ ପ୍ରତିମୂତ୍ତି ନିକଟରେ ପହଞ୍ଚିଛି। ସେଠାରୁ ଟ୍ରଫି ଫେରି ପାନପୋଷ ହକି ଛକ, ରାଉରକେଲା ବଣିକ ସଂଘ କାର୍ଯ୍ୟାଳୟ, ଅମ୍ବିକା ବିର୍ସା ମୁଣ୍ଡା ହସ୍ପିଟାଲ ଛକ, ଗୁରୁଦ୍ବାର ହୋଇ ହନୁମାନବାଟିକା ଛକରେ ପହଞ୍ଚିବ।

ଏହାପରେ ଆର୍‌ଏମ୍‌ସି କାର୍ଯ୍ୟାଳୟ ପରେ ଉଦିତନଗର ଆମ୍ବେଦକର ଛକ, ଡେଲିମାର୍କେଟ ନୋଡାଲ ଉଚ୍ଚ ବିଦ୍ୟାଳୟ, ନାଲାରୋଡ ଓ ମଧୁସୂଦନଛକରେ ପହଞ୍ଚିବ। ସେଠାରୁ ଷ୍ଟେସନ ନିକଟ ଗୁରୁଦ୍ବାର ହୋଇ ବିର୍ସା ମୁଣ୍ଡା ଛକରେ ପହଞ୍ଚିବ। ବିର୍ସା ମୁଣ୍ଡା ଛକରୁ ବାହାରି ଅପରାହ୍ନ ବନ୍ଧମୁଣ୍ଡା ମଧୁମଣ୍ଡପରେ ପହଞ୍ଚି ପୁଣି ବିର୍ସା ମୁଣ୍ଡା ଛକକୁ ଫେରିବ। ସେକ୍ଟର-୨୧ ନୟାବଜାରସ୍ଥ ହୋମିଓପାଥିକ କଲେଜ, ସେକ୍ଟର-୨ ବସ୍‌ଷ୍ଟାଣ୍ଡ ହୋଇ ସଂଧ୍ୟାରେ ଏନ୍‌ଆଇଟିରେ ପହଞ୍ଚିବ।
ସେଠାରୁ ଜଗଦାସ୍ଥିତ ଏମ୍‌ଜିଏମ୍‌ ସ୍କୁଲ, ସରନା ଛକ ହୋଇ ଝିରପାଣି ଚର୍ଚ୍ଚ ଛକରେ ପହଞ୍ଚିବ। ପରେ କୋଏଲନଗର କଲ୍ୟାଣ ମଣ୍ଡପରୁ ରିଂ ଦେଇ ସ୍ପେସ୍‌ ଛକ, ଛେଣ୍ଡ କଲୋନି ରିମ୍‌ସ କଲେଜ ହୋଇ ରାତିରେ ୭ଟାରେ ଛେଣ୍ଡ ଭିଏସ୍‌ଏସ୍‌ ମାର୍କେଟରେ ପହଞ୍ଚିବ। ସେଠାରୁ ଡିଏଭି ସ୍କୁଲ, ବାସନ୍ତୀକଲୋନି ଜଗନ୍ନାଥ ମନ୍ଦିର, ଡିଏଭି ପୋଖରୀ ରାସ୍ତା ଦେଇ ଜେଲ୍‌ ସରକାରୀ ଆଇଟିଆଇରେ ପହଞ୍ଚିବ। ସେଠାରେ ରିଜର୍ଭ ପୁଲିସ ଲାଇନ୍‌, କଳିଙ୍ଗ ବିହାର ବିଏସ୍‌ଏନ୍‌ଏଲ୍‌ ଛକ, ବିଜୁ ପଟ୍ଟନାୟକଛକ, ତୁଳସୀ‌ଟୋଲା ହୋଇ ରାତି ୧୨ଟା ସୁଦ୍ଧା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ପହଞ୍ଚିବ। ସେଠାରୁ ରିଂ ରୋଡ ଦେଇ ବିର୍ସା ମୁଣ୍ଡା ଷ୍ଟାଡିୟମରେ ପହଞ୍ଚିବ। ପ୍ରତ୍ୟେକ ସ୍ଥାନରେ ସହରର ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସ୍ବାଗତ କରାଯିବାର କାର୍ଯ୍ୟକ୍ରମ ରହିଛି।

Comments are closed.