ହାଇଦ୍ରାବାଦ: ପୁଣି ବନ୍ଧା ହେଲେ ବିଜେପି ବିଧାୟକ ଟି.ରାଜା ସିଂହ। ପ୍ରଫେଟ ମହମ୍ମଦଙ୍କ ଉପରେ ବିବାଦୀୟ ଟିପ୍ପଣୀ କରିବା ତାଙ୍କୁ ମହଙ୍ଗା ପଡିଛି। ବିଜେପିରୁ ନିଲମ୍ବିତ ବିଧାୟକଙ୍କୁ ଜାମିନ ମିଳିବା ପରେ ଲୋକେ ତାଙ୍କୁ ଜୋରଦାର ବିରୋଧ କରିଛନ୍ତି। ଏହାକୁ ନେଇ ହାଇଦ୍ରାବାଦରେ ଜୋରଦାର ହଙ୍ଗାମା ଆରମ୍ଭ ହୋଇଯାଇଛି। ଏଣୁ ତାଙ୍କୁ ପୁଲିସ ଆଜି ପୁଣି ଗିରଫ କରିଛି। ଏନେଇ ତାଙ୍କ ଓକିଲ ସୂଚନା ଦେଇଛନ୍ତି। ନିଲମ୍ବିତ ବିଧାୟକଙ୍କୁ ଚଞ୍ଚୁଲାଗୁଡା ଜେଲ୍କୁ ସ୍ଥାନାନ୍ତର କରିବା ପାଇଁ ପ୍ରସ୍ତୁତି ମଧ୍ୟ ଚାଲିଥିବା ସୂଚନା ମିଳିଛି। ମାର୍ଚ୍ଚ ଓ ଏପ୍ରିଲରେ ଟି.ରାଜାଙ୍କ ବିରୋଧରେ ଏକ ମାମଲା ରୁଜୁଚ ହୋଇଥିଲା। ସେହି ମାମଲାକୁ ଆଧାର କରି ତାଙ୍କୁ ଆଜି ଗିରଫ କରାଯାଇଛି। ପ୍ରଫେଟ ମହମ୍ମଦ ବିବାଦ ସହ ଏହି କେସ୍ର କୌଣସି ସମ୍ପର୍କ ନଥିବା ତାଙ୍କ ଓକିଲ ସୂଚନା ଦେଇଛନ୍ତି। ଅନ୍ୟପଟେ ହାଇଦ୍ରାବାଦ ପୁଲିସ ରାଜା ସିଂ ଜାମିନକୁ ବିରୋଧ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି।
Sign in
Sign in
Recover your password.
A password will be e-mailed to you.
Comments are closed.