ନାବାର୍ଡ ପକ୍ଷରୁ ଏଗ୍ରି କ୍ଲିନିକ ଏବଂ ଏଗ୍ରି ବିଜନେସ ( ଏସିଏବିସି ) ଉପରେ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ

ଗଞ୍ଜାମ : ବ୍ରହ୍ମପୁର  ୨୫/୮/୨୦୨୨- ଚାଷ, ଚାଷୀ ଏବଂ ଚାଷ ସମ୍ବନ୍ଧୀୟ ପରାମର୍ଶ,ନିଦାନ କାର୍ଯ୍ୟ ଓ ବ୍ୟବସାୟ ସହ ଜଡ଼ିତ ବିଭିନ୍ନ ହିତାଧିକାରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଏଗ୍ରି କ୍ଲିନିକ ଏବଂ ଏଗ୍ରି ବ୍ୟବସାୟ କେନ୍ଦ୍ର ଉପରେ ଏକ ଜିଲ୍ଲା ସ୍ତରୀୟ କର୍ମଶାଳା, ବ୍ୟାଙ୍କର୍ସ,। ସରକାରୀ ବିଭାଗ, କେବିକେ, ଏନଟି ଆଇ , ଏବଂ ଆକାଂକ୍ଷିତ ଉଦ୍ୟୋଗୀ ଇତ୍ୟାଦି ମାନଙ୍କ ପାଇଁ ଏକ ଏକଦିବସୀୟ କର୍ମଶାଳା ଆଜି ବିସିସିବି ବ୍ୟାଙ୍କ ହେଡ ଅଫିସ୍ କନଫରେନ୍ସ ହଲରେ ନାବାର୍ଡ ଦ୍ୱାରା ଆୟୋଜିତ ହୋଇଯାଇଛି। ଏହି ଅବସରରେ ଶ୍ରୀ ଅଶୋକ ପଣ୍ଡା ଏଲଡିଏମ, ୟୁନିୟନ ବ୍ୟାଙ୍କ, ଗଞ୍ଜାମ ଶ୍ରୀ ଅଜୟ ନାୟକ, ଆଞ୍ଚଳିକ ପରିଚାଳକ, ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଏବଂ ଶ୍ରୀ ଦିଲୀପ ଖୁଣ୍ଟିଆ, ସିଡିଏଓ, ଗଞ୍ଜାମ ପ୍ରମୁଖ ଉପସ୍ଥିତ ରହି ଏହି ଆଲୋଚନାକୁ ପରିଚାଳନା କରିଥିଲେ। ଏହା ସହ ଏହି କର୍ମଶାଳାରେ ବିଭିନ୍ନ ବାଣିଜ୍ୟିକ ବ୍ୟାଙ୍କ, ଆସ୍କା ସମବାୟ ବ୍ୟାଙ୍କ, ବ୍ରହ୍ମପୁର ସମବାୟ ବ୍ୟାଙ୍କ, କେଭି କେ-ଗୋଳନ୍ଥରା, କେ.ଭି.କେ. ଭଞ୍ଜାନଗର, ବିଭିନ୍ନ ଲାଇନ ବିଭାଗର ଅଧିକାରୀ, CYSD ର ପ୍ରତିନିଧୀ, ଭୁବନେଶ୍ୱର (ଏହି ଯୋଜନା ପାଇଁ ନୋଡାଲ ଟ୍ରେନିଂ ଇନଷ୍ଟିଚ୍ୟୁଟ୍) ଅଂଶଗ୍ରହଣ କରିଥିଲେ। ସେହିପରି ଗଜପତି ଜିଲ୍ଲାର ଉଦ୍ୟୋଗୀ ଓ ଅଗ୍ରଣୀ କୃଷକ, ଶ୍ରୀ ପ୍ରତୀକ ପଣ୍ଡା, ଡିଡିଏମ, ଗଜପତି, ଏଲଡିଏମ, ଗଜପତି, ଆରଏସଟିଇ ଗଜପତି, କଟକ (ଗଜପତିରୁ ନୋଡାଲ ଟ୍ରେନିଂ ଇନଷ୍ଟିଚ୍ୟୁଟ), ଅନ୍ୟାନ୍ୟ ଲାଇନ ବିଭାଗ ଏବଂ ବ୍ୟାଙ୍କ ଗଜପତି ଜିଲ୍ଲାର ପ୍ରଭୃତି ଭର୍ଚୁଆଲ / ଅନଲାଇନ୍ ମୋଡରେ ମିଟିଂରେ ଯୋଗ ଦେଇଥିଲେ।

Comments are closed.