ବଢ଼ିଲା ହେମନ୍ତ ସୋରେନଙ୍କ ଅଡ଼ୁଆ ।

ନୂଆଦିଲ୍ଲୀ: ବେଆଇନ ଖଣି ଖନନ ମାମଲାରେ ଫସିଥିବା ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଅଡ଼ୁଆ ବଢ଼ିଛି। ବିଧାୟକ ଭାବେ ତାଙ୍କ ସଦସ୍ୟତା ରଦ୍ଦ କରିବାକୁ ହୋଇଥିବା ଆବେଦନର ଶୁଣାଣି କରି ନିର୍ବାଚନ କମିଶନ ବନ୍ଦ ଲଫାପାରେ ରାଜ୍ୟପାଳ ରମେଶ ବୈଶଙ୍କୁ ଚିଠି ପଠାଇଛନ୍ତି। ଚିଠିରେ ଇସି ନିର୍ଦ୍ଦିଷ୍ଟ ଭାବେ କ’ଣ ଲେଖିଛନ୍ତି, ସେକଥା ଜଣାପଡ଼ିନି। କିନ୍ତୁ ହେମନ୍ତ ସୋରେନ ‘ନିର୍ବାଚନୀ ଆଇନକୁ ଉଲ୍ଲଙ୍ଘନ’ କରିଥିବା ଇସି କହିଛନ୍ତି। ସେ ନିଜ ନାଁରେ ବେଆଇନ ଭାବେ ଖଣି ଖାଦାନର ଲିଜ୍‌ ନେଇଛନ୍ତି। ତେଣୁ ତାଙ୍କ ବିଧାୟକ ପଦକୁ ରଦ୍ଦ କରାଯିବା ଦରକାର ବୋଲି ଇସି କହିଥିବା ଚର୍ଚ୍ଚା ହେଉଛି। ଇସିଙ୍କ ଚିଠି ଝାରଖଣ୍ଡ ରାଜଭବନରେ ପହଞ୍ଚି ସାରିଛି। ଏବେ ରାଜ୍ୟପାଳ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ।

Comments are closed.