ବିଭିନ୍ନ ଦାବୀ ନେଇ (DYFI) ପକ୍ଷରୁ RDC ଅଫିସ ସମ୍ମୁଖରେ ବିକ୍ଷୋଭ ଓ ରାଷ୍ଟ୍ରପତିଙ୍କ ଉଦ୍ୟେଶରେ ସ୍ମାରକପତ୍ର ପ୍ରଦାନ

ବ୍ରହ୍ମପୁର : (ବିବି ନିୟୁଜ ବ୍ୟୁରୋ)ସମସ୍ତ ଅଗ୍ନିବୀରଙ୍କୁ ସ୍ଥାୟୀ ନିଯୁକ୍ତି ଦିଅ, ଫିଜିକାଲ ପରୀକ୍ଷାରେ ଉତ୍ତୀର୍ଣ୍ଣ ପ୍ରାର୍ଥୀଙ୍କୁ ନିଯୁକ୍ତି ସୁଯୋଗ ଦିଅ ଏବଂ ସୈନ୍ୟବାହିନୀରେ ଖାଲିଥିବା ୨ ଲକ୍ଷ ରୁ ଉର୍ଦ୍ଧ୍ବ ପଦବୀ ପୂରଣ କରିବା ଦାବିରେ ବ୍ରହ୍ମପୁର , RDCଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରି RDC ଜରିଆରେ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ପ୍ରଦାନ କଲେ । ଆଜି ଭାରତର ଗଣତାନ୍ତ୍ରିକ ଯୁବ ଫେଡରେସନ (DYFI) ପକ୍ଷରୁ ୩ ଦଫା ଦାବିରେ ଏକ ପ୍ରତିବାଦ କାର୍ୟ୍ୟକ୍ରମ ଅୟୋଜିତ କରାଯାଇଥିଲା । ସହୀଦ ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲଠାରୁ ଏକ ଯୁବ ପଟୁଆର ବାହାରି RDC ଅଫିସ ରେ ପହଞ୍ଚିଥିଲା । ସେଠାର ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ (DYFI) ର ପୂର୍ବତନ ରାଜ୍ୟସମ୍ପାଦକ ଯୁଧିଷ୍ଠିର ବେହେରା ବକ୍ତବ୍ୟ ପ୍ରଦାନ କରି ଅଗ୍ନିପଥ ଯୋଜନା ଦେଶର ନିରାପତ୍ତା ଓ ଯୁବ ସମାଜ ପାଇଁ ବିପର୍ୟ୍ୟୟ ସୃଷ୍ଟି କରିବ ବୋଲି ଅଭିଯୋଗ କରିଥିଲେ। କେନ୍ଦ୍ରର ବିଜେପି ସରକାର ଦେଶର କମ୍ପାନୀଗୁଡିକୁ ଲକ୍ଷ ଲକ୍ଷ କୋଟି ଟଙ୍କା ଛାଡ଼ ଓ ରିହାତୀଭାବେ ଦେଉଥିବା ବେଳେ ଦେଶ ରକ୍ଷା ପାଇଁ ଜୀବନ ଦେଉଥିବା ସୈନିକ ମାନଙ୍କୁ ସାମାଜିକ ସୁରକ୍ଷା ଓ ସ୍ଥାୟୀ ନିଯୁକ୍ତି ନଦେବା ନୀତିକୁ ତୀବ୍ର ସମାଲୋଚନା କରିଥିଲେ । ଜିଲା ସମ୍ପାଦକ ଅଜିତ ପାଣିଗ୍ରାହୀ ଯୁବନେତା ଦିଲ୍ଲୀପ ପଗଡ ଓ ଜିଲା ଉପସଭାପତି ଶ୍ରୀଧର ସ୍ୱାଇଁ ବକ୍ତବ୍ୟ ରଖିଥିଲେ । ଗୋକୁଳ ତ୍ରିପାଠୀ, ରଞ୍ଜନ ପାତ୍ର, ଅଜୟ ଗୌଡ଼, ଅଜିତ ପାଣିଗ୍ରାହୀ, ଶ୍ରୀଧର ସ୍ୱାଇଁ ,କୃଷ୍ଣ ତରାଇ, ପ୍ରଶାନ୍ତ ବିଶୋଈ, ଦିଲୀପ ପଗଡ, ପ୍ରମୁଖ ଏକ ପ୍ରତିନିଧି ମଣ୍ଡଳୀ ରାଷ୍ଟ୍ରପତିଙ୍କ ଉଦ୍ୟେଶରେ ସ୍ମାରକପତ୍ର ଜଊଉଙ୍କ ଜରିଆରେ ପ୍ରଦାନ କରିଥିଲେ ।

Comments are closed.