ପ୍ରତାରଣା

ମନୋଜ କୁମାର ଦାସ

ସୌଜନ୍ୟତା
ଭିନ୍ନ ଦୃଷ୍ଟିକୋଣ
ସ୍ୱାର୍ଥ ବିରୋଧୀ ମତ
ସମ୍ପର୍କ ଦୁନିଆକୁ ଟାଣିନିଏ
ମାନବ ସମାଜର ବ୍ୟକ୍ତିତ୍ୱ l
ଆତ୍ମବିଶ୍ୱାସ ବଢ଼ିଯାଏ
ମଜବୁତ ହୁଏ
ସମର୍କର ମହାନତା
ଏକ ସୂତ୍ରୀରେ l
ସମୟ ଏମିତି ଆସେ
ପର ବୁଦ୍ଧି ପ୍ରଳୟରେ
ସ୍ୱାର୍ଥବାଦୀ ମଣିଷ
ଅନ୍ଧକାର ଭିତରେ ହଜି
ଭୁଲିଯାଏ ସମ୍ପର୍କର ମହତ୍ୱ
ବନ୍ଧୁତ୍ୱର ପରାକାଷ୍ଠା
ସବୁ ଖାଲି ପ୍ରତାରଣାର
ମୋହ, ରୁଗ୍ଣ ମାନସିକତା l

 

ଆଳିଜଙ୍ଗା, କପାଳେଶ୍ବର,
କେନ୍ଦ୍ରାପଡ଼ା
9937178755

Comments are closed.