ସ୍ତ୍ରୀଙ୍କୁ ହତ୍ୟା କରି ନିଜେ ଗୁଳିବିଦ୍ଧ ହୋଇ ମଲେ ସେନାର ଲେଫ୍ଟନାଣ୍ଟ୍‌ କର୍ଣ୍ଣେଲ୍‌

ଫିରୋଜପୁର: ପଞ୍ଜାବର ଫିରୋଜପୁରରେ ଅବସ୍ଥାପିତ ଭାରତୀୟ ସେନାର ଜଣେ ଲେଫ୍ଟନାଣ୍ଟ୍‌ କ‌େ‌ର୍ଣ୍ଣେଲ୍‌ ରବିବାର ରାତିରେ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରି ନିଜେ ଗୁଳି ଚୋଟରେ ଆତ୍ମହତ୍ୟା କରିଥିବା କଥା ସେନାସୂତ୍ରରୁ ଜଣାପଡ଼ିଛି।

ସ୍ତ୍ରୀଙ୍କୁ ହତ୍ୟା କରିଥିବା କଥା ଭାରତୀୟ ସେନାର ଉକ୍ତ ଅଧିକାରୀଜଣକ ଲେଖି ଯାଇଥିବା ‘ସୁସାଇଡ୍‌ ନୋଟ୍‌’ରେ ସ୍ବୀକାର କରିଛନ୍ତି ବୋଲି ଉପରୋକ୍ତସୂତ୍ର ସୂଚନା ଦେଇଛି।

‘ସୁସାଇଡ୍‌ ନୋଟ୍‌’ଟି ଲେଫ୍ଟନାଣ୍ଟ୍‌ କର୍ଣ୍ଣେଲ୍‌ଙ୍କ ଶବ ନିକଟରୁ ମିଳିଛି ବୋଲି ସେନା ଅଧିକାରୀମାନେ କହିଛନ୍ତି।

ସେନା ଅଧିକାରୀ ତଥା ଲେଫ୍ଟନାଣ୍ଟ୍‌ କର୍ଣ୍ଣେଲ୍‌ଙ୍କ ବାସଭବନରୁ ହିଁ ତାଙ୍କର ଓ  ସ୍ତ୍ରୀଙ୍କ ଶବ ଉଦ୍ଧାର କରାଯାଇଛି।

ଦମ୍ପତିଙ୍କର ଦାମ୍ପତ୍ୟ କଳହ ଥିଲା। ସେଥିପାଇଁ ସେମାନଙ୍କୁ ନିୟମିତ ‘କାଉନ୍‌ସେଲିଙ୍ଗ୍‌’ ଦିଆଯାଉଥିଲା।

ସେନା ଓ ପଞ୍ଜାବ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Comments are closed.