ବୁଢ଼ାମାନଙ୍କ ପାଇଁ ଗୀତ

 

==============

ଛୋଟ ଦିନେ ଗଳ୍ପଟିଏ ପଢ଼ି ଥିଲି ମୁଁହିଁ l

ଶୁଣ ଶୁଣ ବରିଷ୍ଠ ମୋ ନାଗରିକ ଭାଇ ll

ଏକଦେଶେ ଥିଲେ ଏକ ବହୁବଡ଼ ରାଜା l

ମନ୍ତ୍ରୀଟି ତାଙ୍କର ପାଳବିଣ୍ଡା ବୁଦ୍ଧି ଗୋଜା ll

ରାଜାଙ୍କର ଚାଲି ଥାଏ ଦିନେ ଦରବାର l

ମୁଣ୍ଡେ ତାଙ୍କର ପଶିଲା ଗୋଟିଏ ବିଚାର ll

କହନ୍ତି ରାଜା ହେ ଶୁଣ ଶୁଣ ମହା ମନ୍ତୀ l

ଆମରାଜ୍ୟେ ବୁଢ଼ାଗୁଡ଼ା ବସି ଖାଉଛନ୍ତି ll

ଅନ୍ନ ଧ୍ଵଂସ କରନ୍ତି ଏ, ବେକାରିଆ ଗୁଡ଼ା l

ଚାଲ, ମାରି ପକାଇବା ଧରି ସବୁ ବୁଢ଼ା ll

ରାଜାଙ୍କ ଆଦେଶ ତହୁଁ ହୋଇଲା ପାଳନ l

ଚାହୁଁଚାହୁଁ ରାଜ୍ୟଟି ହୋଇଲା ବୃଦ୍ଧଶୂନ୍ୟ ll

ଏମନ୍ତେ କିଛି ସମୟ ସୁଖେ ଚାଲି ଗଲା l

ଦିନେ ଦେଶଟିକୁ ଆସି ଅକାଳ ପଡ଼ିଲା ll

ହାଅନ୍ନ ହାଅନ୍ନ ଚିତ୍କାରେ ପ୍ରଜା ହନ୍ତସନ୍ତ l

କି କରିବେ ରାଜା ନଦିଶିଲା ବୁଦ୍ଧି ବାଟ ll

ବିହନ ସମେତେ ପ୍ରଜା ଖାଇଗଲେ ସର୍ଵ l

ବିହନ ଯେ ନାହିଁ,ଶସ୍ୟ କାହୁଁ ଉପୁଜିବ ll

ଏକାଳେ ରାଜାଙ୍କପାଶେ ମିଳି ଏକ ଯୁବା l

କହିଲା ଅଭୟ ଦେଲେ ଉପାୟ କହିବା ll

କହିଲା ତହୁଁ ବୁଝାଇ ଯୁବା ସେ ରାଜାଙ୍କୁ l

ବଞ୍ଚାଇ ରଖିଛି ଗୁପ୍ତେ ମୋର ବାପାଟିକୁ ll

ନିଶ୍ଚୟ ସେ ଆଣିଦେବେ ଏହା ସମାଧାନ l

କିପରି ମିଳିବ? ରାଜ୍ୟେ ଉଜୁଡ଼ା ବିହନ ll

ବୃଦ୍ଧଙ୍କୁ ଡକାଇ ତେଣୁ ରାଜା ପଚାରିଲେ l

ଟାଙ୍ଗର ଭୂମିକୁ କର୍ଷ ! ବୃଦ୍ଧ ବତାଇଲେ ll

ଶସ୍ୟକଣା ମାନ ମାଟି ପରେ ପଡ଼ି ଥିବ l

ମେଘ ବରଷିଲେ ତହୁଁ ଗଛ ଜାତହେବ ll

ବୃଦ୍ଧଙ୍କ ବାକ୍ୟଟି ଯହୁଁ ପାଳନ ହୋଇଲା l

ସତକୁ ସତ ରାଜ୍ୟେରେ ବିହନ ମିଳିଲା ll

ବିହନୁ – ବିହନ, ପୁଣି ବିହନେ – ବିହନ l

ଅଳ୍ପଦିନେ ଦେଶହେଲା ଧନଧାନ୍ୟ ପୂର୍ଣ୍ଣ ll

ରାଜାଙ୍କ ପରାୟେ ଭାଇ ବୃଦ୍ଧଙ୍କୁ ନମାର l

ତାହାଙ୍କ ପାଖେ ରହିଛି ଅମୂଲ୍ୟ ବିଚାର ll

ମୂଲ୍ୟହୀନ ନୁହଁନ୍ତି ସେ ଏହି ସଂସାରରେ l

ସର୍ବେ ବୃଦ୍ଧହେବ ଦିନେ କାଳକବଳରେ ll

ଆସ, ଆସ ବରିଷ୍ଠଙ୍କୁ ଦେବା ସନମାନ l

ପୁଣ୍ୟଦିବସରେ ଆଜ ଏମୋର ଚିନ୍ତନ ll

🙏🙏🙏

ଅର୍ଜୁନୀ

————

ଅର୍ଜୁନୀ ଚରଣ ବେହେରା

ମୋ – ୭୬୯୩୦୯୧୯୭୧

Comments are closed.