ନୂତନ ନିର୍ମାଣ ହୋଇଥିବା ନଳକୂପଟି ଦିନକୁ ଦିନ ଦବିବାରେ ଲାଗିଛି

କିଶୋରନଗର: କିଶୋରନଗର ଗ୍ରାମ ପଞ୍ଚାୟତ ହୁଲିପୁର ଗ୍ରାମରେ ରହିଛି ଗରାଶୁଣି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ | ବିଦ୍ୟାଳୟ ପରିସରରେ ଗତ ତିନି ମାସ ତଳେ ନୂତନ ନଳକୂପଟି ନିର୍ମାଣ କରାଯାଇଥଲା କିନ୍ତୁ ଏବେ ତାହା ଅଚଳ ହେବାକୁ ଯାଉଛି | ନଳକୂପ ଟି ନିର୍ମାଣ ପରଠାରୁ ତଳ କୁ ତଳ ଦବିବାରେ ଲାଗିଛି ଯାହା ଏବେ ଚିନ୍ତାର ବିଷୟ ପାଲିଟିଛି | ଶହ ଶହ ପିଲା ପ୍ରତିଦିନ ପାଣି ପିଇବା ପାଇଁ ନିର୍ଭର କରିଥାନ୍ତି | ଆମେ ଉଭୟ ସ୍କୁଲ ପ୍ରଶାସନ ଏବଂ ବ୍ଲକ ପ୍ରଶାସନ କୁ ନିବେଦନ କରୁଛୁ କି ଏହାର ତୁରନ୍ତ ସମାଧାନ କରନ୍ତୁ |

Comments are closed.