ଆଳତି ବେଳେ ମା ତାରିଣୀଙ୍କ ଆଗରେ ଉଡ଼ିଗଲା ପ୍ରାଣବାୟୁ

ଘଟଗାଁ: ଘଟଗାଁ ମା ତାରିଣୀ ମନ୍ଦିରରେ ଅଭାବନୀୟ ଘଟଣା। ଆଜି ମଙ୍ଗଳବାର ହୋଇଥିବା କାରଣରୁ ମନ୍ଦିରରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ମା ତାରିଣୀଙ୍କର ସକାଳ ଆଳତି ଚାଲିଥିଲା। ସେତିକି ବେଳେ ଜଣେ ଭକ୍ତଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ମୃତା ବୃଦ୍ଧାଙ୍କ ନାମ ସରସ୍ବତୀ ବେହେରା। ତାଙ୍କର ବୟସ ୭୮ ବର୍ଷ ବୋଲି ଜଣାଯାଇଛି। ସରସ୍ବତୀ ବେହେରାଙ୍କ ଘର ଭୁବନେଶ୍ୱର ପଟିଆ ସ୍ଥିତ କିମ୍ସ ହସ୍ପିଟାଲ ନିକଟରେ। ସେ ନିଜ ଝିଅ ମମତା ସାହୁ ଓ ନିଜ ପରିବାର ସହ ଘଟଗାଁ ଆସିଥିଲେ। ସକାଳେ ମାଙ୍କୁ ୧୦୮ ନଡ଼ିଆ ଭୋଗ ଲାଗି କରିବା ସହ ଆଳତି ଦର୍ଶନ ପାଇଁ ମାଙ୍କ ନିକଟରେ ବସିଥିଲେ। ହଠାତ ତଳେ ଟଳି ପଡ଼ିଥିଲେ ସେ। ତାପରେ ତାଙ୍କୁ ତୁରନ୍ତ ଘଟଗାଁ ମେଡିକାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କର ପୂର୍ବରୁ କୋଣସି ରୋଗ ନଥିଲା। ଏହା ବାର୍ଦ୍ଧକ୍ୟଜନିତ ମୃତ୍ୟୁ ବୋଲି ଅନୁମାନ କରାଯାଉଛି।

Comments are closed.