ପାରଂପାରିକ ଟେରାକୋଟା ହନୁମାନ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାର ନିଆରା ପର୍ବ ଲଙ୍କାପୋଡି ଆସନ୍ତା ୨୬.୮.୨୦୨୨ ତାରିଖ ଦିନ ପବିତ୍ର ଭାଦ୍ରବ ଅମାବସ୍ୟା ଦିନ ମହାସମାରୋହରେ ପାଳନ କରାଯିବ । ଏଥି ପୂର୍ବରୁ ଏହି ହଜି ଯାଉଥିବା ନିଆରା ପର୍ବକୁ ଉଦ୍ଜିବିତ କରିବାପାଇଁ ଆଜି ସ୍ଥାନୀୟ ଟାଉନ ହଲଠାରେ ସ୍କୁଲ ଛାତ୍ର ଛାତ୍ରୀ ମାନଂକ ମଧ୍ୟ୍ୟରେ ପାରଂପାରିକ ଟେରାକୋଟା ହନୁମାନ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି । ଏହି ଚିତ୍ରାଙ୍କନ ପ୍ରତିଯୋଗିତାରେ ସହରର ବିଭିନ୍ନ ଶିକ୍ଷାନୁଷ୍ଠାନର ଦୁଇଶହରୁ ଉର୍ଧ ଛାତ୍ର ଛାତ୍ରୀ ଭାଗନେଇଥିଲେ । ପ୍ରଥମରୁ ପଂଚମ ଓ ଷଷ୍ଠରୁ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀଂକୁ ଦୁଇଟି ଗୃପରେ ଭାଗକରାଯାଇ କନିଷ୍ଠ ବିଭାଗର କୁମାର ଆଦିତ୍ୟ ବେହେରା, କେନ୍ଦ୍ରିୟ ବିଦ୍ୟାଳୟ,ପ୍ରଥମ, ମନୀଷା ମନସ୍ୱିନୀ ଭୋଇ, କିଡ୍ସ ଇଂରାଜୀ ବିଦ୍ୟାଳୟ, ଦ୍ୱିତୀୟ ଓ ପ୍ରାନ୍ସି ପ୍ରିୟଦର୍ଶିନୀ ପୁଝାହାରୀ, ଆଇଡିଏଲ ପବ୍ଲିକ ସ୍କୁଲ , ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ , ବରିଷ୍ଠ ବିଭାଗରେ ପ୍ରଥମ ରଂଜନ ପଣ୍ତା, କିଡ୍ସ ଇଂରାଜି ବିଦ୍ୟାଳୟ, ଦ୍ୱିତୀୟ ସୁମିତ କୁମାର ମେହେର, ମହାରାଜା ହାଇସ୍କୁଲ, ଓ ଶୋହନ ମେହେର , କିଡସ ଇଂରାଜି ବିଦ୍ୟାଳୟ, ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।
ଲଙ୍କାପୋଡି ମହୋତ୍ସବ କମିଟି ଓ ନାଟ୍ୟଚକ୍ର ସୁବର୍ଣ୍ଣପୁରର ମିଳିତ ଉଦମ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାରେ ଚିତ୍ର ଶିଳ୍ପି ରୋହିତ ମହାପାତ୍ର , ସିଦ୍ଧାର୍ଥ ମିଶ୍ର ଓ ଅଂକିତା କଅଁର ବିଚାରକ ଭାବେ ଯୋଗଦେଇଥିଲେ । ପ୍ରତିଯୋଗିତାକୁ ମନୋଜ ବାରିକ, ଗୌରୀଶଂକର ଦଣ୍ତସେନା , କିରଣମୟୀ ବାରିକ ପରିଚାଳନା କରିଥିଲେ । କୃତି ପ୍ରତିଯୋଗୀମାନଂକୁ ଆସନ୍ତା ୨୬.୮.୨୦୨୨ ତାରିଖ ସଂଧ୍ୟାରେ ସ୍ଥାନୀୟ ଟାଉନ ହଲଠାରେ ଅନୁଷ୍ଠିତ ହେବାକୁଥିବା ଲଙ୍କାପୋଡି ମହୋତ୍ସବ ଦିନ ପୁରସ୍କୃତ କରାଯିବା ସହିତ ସେହିଦିନ ପାରଂପାରିକ ଟେରାକୋଟା ହନୁମାନ ସାଜସଜ୍ଜା ପ୍ରତିଯୋଗୀତା ,ସାମୁହିକ ହନୁମାନ ଚାଳିଶା ପଠନ ସହିତ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବ ବୋଲି ମୁଖ୍ୟ ଆୟୋଜକ ଶ୍ୟାମା ଓଁ ପ୍ରସାଦ ମିଶ୍ର ପ୍ରକାଶ କରିଛନ୍ତି ।

Comments are closed.