ସୋନପୁର କଲେଜ ବ୍ୟାଙ୍କ ଆକାଉଣ୍ଟ ରୁ ୭୦ ଲକ୍ଷ ଟଙ୍କା ଗାଏବ ଘଟଣାରେ ପଶ୍ଚିମବଙ୍ଗରୁ ।୪ ଅଭିଯୁକ୍ତ ଗିରଫ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ସୋନପୁର କଲେଜରୁ ୭୦ ଲକ୍ଷ ଗାୟବ ଘଟଣା । ୪ ଜଣଙ୍କୁ ଗିରଫ କଲା ସୁବର୍ଣ୍ଣପୁର ପୋଲିସ । ପଶ୍ଚିମବଙ୍ଗର କୋଚ ବିହାରରୁ ୪ ଜଣ ଅଭିଯୁକ୍ତକୁ ଗିରଫ କରିବା ସହ ୧୮ ଲକ୍ଷ ୯୮ ହଜାର ୫୦୭ ଟଙ୍କା ଥିବା ଆକାଉଣ୍ଟକୁ ଫ୍ରିଜ କରାଯାଇଥିବା ସୁଚନା । ଏନେଇ ସାମ୍ବାଦିକ ସମ୍ମିଳନିରେ ସୁଚନା ଦେଲେ ଜିଲ୍ଲା ଆରକ୍ଷି ଅଧିକ୍ଷକ । ପୋଲିସର ସୁଚନା ଅନୁସାରେ ଗତ ଜୁନ ୬ ତାରିଖରେ ବ୍ୟାଙ୍କ ଅଫ ବରୋଦାରେ ଥିବା ସୋନପୁର କଲେଜର ଏକାଉଣ୍ଟରୁ ୭୦ ଲକ୍ଷ ୪୨ ହଜାର ୯ ଶହ ଟଙ୍କା ଏକ ଚେକ ମାଧ୍ୟମରେ ଟ୍ରାନ୍ସଫର ହୋଇଥିଲା । ଏନେଇ କଲେଜ ଅଧ୍ୟକ୍ଷ ୧୦ ତାରିଖରେ ସୋନପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହାକୁ ନେଇ ସୋନପୁର ପୋଲିସ ତତ୍ପରତା ପ୍ରକାଶ କରି ଘଟଣାକୁ ଗୁରୁତର ସହ ନେଇ ତନା ଘନା ଆରମ୍ଭ କରିଥିଲା । ଘଟଣାକୁ ନେଇ ଏକ ଦଳ ଗଠନ କରି ପୋଲିସ ତଦନ୍ତ ଚଳାଇଥିବେଳେ ପଶ୍ଚିମ ବଙ୍ଗର କୋଚବିହାରରୁ ୪ ଜଣ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ସେମାନଙ୍କଠାରୁ ୪ ଟି ମୋବାଇଲ ଫୋନ, ୨ଟି ଏଟିଏମ କାର୍ଡ, ୩ଟି କ୍ରେଡିଟ କାର୍ଡ, ପାନ କାର୍ଡ ଏବଂ ଆଧାରକାର୍ଡକୁ ଜବତ କରିଛି ପୋଲିସ । ଅଭିଯୁକ୍ତମାନେ ହେଲେ ସବୁଜ ଘୋଷ, ସୁବାଶ ଦାସ, ବିଉଟି ଦାସ ଏବଂ ଦ୍ରୌପଦି ଦେ ସରକାର । ସମସ୍ତେ କୋଚ ବିହାରର ବୋଲି ସୁଚନା ଦେଇଛନ୍ତି ଆରକ୍ଷି ଅଧିକ୍ଷକ । ସମସ୍ତଙ୍କୁ ଆଜି କୋର୍ଟ ଚାଲାଣ କରିଥିବା କହିଛନ୍ତି ସୁବର୍ଣ୍ଣପୁର ଆରକ୍ଷିଅଧିକ୍ଷକ ।

Comments are closed.