ବରୀ ବ୍ଲକ ମହାକାଳପଡ଼ା ପଞ୍ଚାୟତରେ ରକ୍ତଦାନ ଶିବିର, ୫୧ ୟୁନିଟ ରକ୍ତ ସଂଗ୍ରହ

ଓଡିଶା ମୋ ପରିବାର ପକ୍ଷରୁ ଅଗଷ୍ଟ ୨୧ ତାରିଖ ଦିନ ବରୀ ବ୍ଲକ ଅନ୍ତର୍ଗତ ମହାକାଳପଡ଼ା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ବରୀ ବିଧାୟିକା ସୁନନ୍ଦା ଦାସ ବିଜୁବାବୁଙ୍କ ତୈଳଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ବଳନ୍ନ କରି ଏହି ଶିବିରର ଉଦଘାଟନ କରିଥିଲେ , ସ୍ଥାନୀୟ ସରପଞ୍ଚ ପ୍ରଜ୍ଞାପରିମିତା ପରିଡା ସର୍ବପ୍ରଥମେ ରକ୍ତଦାନ କରି ଅନ୍ୟମାନଙ୍କୁ ରକ୍ତଦାନ କରିବା ପାଇଁ ଉତ୍ସାହିତ କରିଥିଲେ , ବିଜେଡି ସଂଯୋଜକ ଦେବେନ୍ଦ୍ର ଦାସ , ଓ ସ୍ଥାନୀୟ ସରପଞ୍ଚ ପ୍ରଜ୍ଞାପରିମିତା ପରିଡା , ପ୍ରାକ୍ତନ ସରପଞ୍ଚ ସଂଗ୍ରାମ ସାମଲ , ଗମୁଁ ସରପଞ୍ଚ ଜଗଦୀଶ ନାୟକ , ପ୍ରାକ୍ତନ ସରପଞ୍ଚ ସନ୍ତୋଷ ନାୟକ , ପ୍ରଭାସ ପରିଡା , ନିର୍ମଳ ରାଉତ , ପ୍ରଶାନ୍ତ ପରିଡ଼ା ଓ ମିତ୍ର ସମବାୟ ସିମିତି ର ସଭାପତି କେଦାର ବିଶ୍ୱାଳ ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖି ରକ୍ତଦାନ ଭଳି ଏକ ମହତ କାର୍ଯ୍ୟପାଇଁ ସମସ୍ତେ ଆଗେଇ ଆସିବ ପାଇଁ ନିବେଦନ ରଖିଥିଲେ । ଓଡିଶା ମୋ ପରିବାର ଯାଜପୁର ଜିଲ୍ଲା ସଂଯୋଜକ ବିମଲ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଏହି ଶିବିରରେ ନରେଶ ରାଉତ , ପ୍ରବୀର ସିଂ ସୋନାଲି ସିଂ , କନକଲତା ରାଉତ , ମଧୁସ୍ମିତା ଜେନା , ଦୈତାରୀ ଜେନ , ଭ୍ରମରବର , ଇତୁସ୍ମିତା , ବ୍ରଜକିଶୋର ମଳିକ , ପ୍ରବୀର ସିଂ ପ୍ରମୁଖ ୫୧ ଜଣ ରକ୍ତଦାନ କାରିଥଲେ । ବିଜେଡି ଯୁବନେତା ସ୍ମୃତିରଞ୍ଜନ ପରିଡା, ବିରେନ ରାଉତ , ବିଜୟ ସାହୁ , ଗୋୖରାଙ୍ଗ ମଳିକ ,ପଙ୍କଜ ମଳିକ ରାଜକିଶୋର ମଳିକ , ମିହିର ମଳିକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Comments are closed.