OAS ଅଧିକାରୀ ସ୍ତରରେ ଅଦଳବଦଳ

ଭୁବନେଶ୍ୱର : ୨୦/୦୮ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରାଯାଇଛି । ୱାକଅଫ୍ ଓଡ଼ିଶା, କଟକର ସର୍ଭେ କମିସନର ସୟଦ ଏମଡି ଆକଦାସଙ୍କୁ ରାଜ୍ୟ ହଜ କମିଟିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଏନେଇ ରାଜ୍ୟ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।ସେହିପରି କଟକ ଆରଡିସି ତୁଷାର କାନ୍ତ ମହାନ୍ତିଙ୍କୁ ୱାକଅଫ୍ ଓଡ଼ିଶା, କଟକ ଓ ଓଡ଼ିଶା ହଜ୍ କମିଟିର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଓଡ଼ିଶା ରାଜ୍ୟ ବିହନ ନିଗମ ଲିମିଟେଡ, ଭୁବନେଶ୍ୱରର ଏମଡି ଜ୍ୟୋତି ରଞ୍ଜନ ମିଶ୍ରଙ୍କୁ ଓଡ଼ିଶା ପ୍ରାଥମିକ ଶିକ୍ଷାର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି ।

ବାଲେଶ୍ୱର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ଭାବେଶ କୁମାର ନାୟକଙ୍କୁ ଓଡ଼ିଶା ବିହନ ନିଗମ ଲିମିଟେଡର ଏମଡି, ରାଜ୍ୟ ବିଧାନସଭାର ବିରୋଧୀ ଦଳ ନେତାଙ୍କ ଏକ୍ସ-ବ୍ୟକ୍ତିଗତ ସଚିବ ତରଣୀସେନ ନାଏକଙ୍କୁ ଓଡ଼ିଶା ସବଅର୍ଡିନେଟ ଷ୍ଟାଫ୍ ସିଲେକ୍ସନ କମିସନ (ଓଏସଏସଏସସି)ର ଯୁଗ୍ମ ସଚିବ ଦାୟିତ୍ୱ ଦିଆଯାଇଛି । ହୀରାକୁଦ ଡ୍ୟାମର ଏକ୍ସ-ସ୍ପେଶାଲ ଏଲ ଆଣ୍ଡ ଆରଆରଓ ଦରିଦ୍ରଭଞ୍ଜନ ଏମଏମ ପାତ୍ରଙ୍କୁ ଏସ ଆଣ୍ଡ ଏମଇ ବିଭାଗର ଯୁଗ୍ମ ସଚିବ, ସରକାରୀ ନିଗମ ବିଭାଗର ଯୁଗ୍ମ ସଚିବ ବିନୋଦ କୁମାର ସେନାପତିଙ୍କୁ କୃଷି ଓ ଖାଦ୍ୟ ଉତ୍ପାଦନ, ଓଡ଼ିଶାର ଯୁଗ୍ମ ସଚିବ, କୋଟପାଡର ଏକ୍ସ-ବିଡିଓ ଦାସରଥୀ ସରାବୁଙ୍କୁ ସୁନ୍ଦରର ସବକଲେକ୍ଟର ଭାବେ ଦାୟିତ୍ୱ ଦିଆଯାଇଛି ।

Comments are closed.