ବନ୍ୟାର ପ୍ରଖର ସ୍ରୋତରେ ଭାସିଗଲା କାର୍ ୨ ମୃତ ।

ସମ୍ବଲପୁର : ନଦୀର ପ୍ରଖର ସ୍ରୋତରେ ଏକ କାର୍ ଭାସିଗଲା ପରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ଗତକାଲି କାର୍ ସମ୍ବଲପୁର ଜିଲ୍ଳା କୁଚିଣ୍ଡା ଥାନା ଫାଶିମାଲ ଲଇଡା ରାସ୍ତା ନକଟିପାଲି ନାଳ ପାର ହେଉଥିବା ସମୟରେ ନକଟିପାଲି ନଦୀରେ ଭାସିଯାଇଥିଲା । ଆଜି କାର୍ ଓ କାରରେ ଥିବା ୨ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ୨ଜଣ ଗୁଣ୍ଡୁରୁଚୁଆଁ ଗାଁର ତାପସ ନାୟକ ଓ ପ୍ରତାପ ପଟେଲ ବୋଲି ସୂଚନା ମିଳିଛି ।

Comments are closed.