ନୀଳଗିରିରେ ମହିଳାଙ୍କୁ ୩ ରାଉଣ୍ଡ ଗୁଳିମାଡ଼, ଜଣେ ଅଟକ

ବାଲେଶ୍ୱର: ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଅଧୀନ ରାଇପାଳ ଗାଁରେ ଘରେ ପଶି ଜଣେ ମହିଳାଙ୍କ ଉପରକୁ ୩ ରାଉଣ୍ଡ ଗୁଳି ଚଳାଇବା ଘଟଣାରେ ପୁଲିସ ଜଣେ ସମ୍ପର୍କୀୟଙ୍କୁ ଅଟକ ରଖି ତଦନ୍ତ ଚଳାଇଛି। ମଙ୍ଗଳବାର ମଧ୍ୟରାତିରେ ରାଇପାଳ ଗାଁର ରସିକ ମୁର୍ମୁଙ୍କ ଘରେ ପଶି ତାଙ୍କ ପତ୍ନୀ ଲକ୍ଷ୍ମୀ(୫୦)ଙ୍କୁ ୨ଜଣ ଦୁର୍ବୃତ୍ତ ୩ରାଉଣ୍ଡ ଗୁଳି ଚଳାଇ ଫେରାର ହୋଇ ଯାଇଥିଲେ। ଏହି ଗୁଳିମାଡ଼ରେ ଲକ୍ଷ୍ମୀଙ୍କ ପେଟ, ହାତ ଓ ଅଣ୍ଟାରେ ଗୁଳିବିଦ୍ଧ ହୋଇ ରକ୍ତ ଜୁଡୁବୁଡ଼ୁ ହୋଇ ଯାଇଥିଲେ। ତାଙ୍କୁ ସେଠାରୁ ଉଦ୍ଧାର କରାଯାଇ ପ୍ରଥମେ ନୀଳଗିରି ଓ ସଙ୍ଗେ ସଙ୍ଗେ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ମହିଳାଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଖବରପାଇ ନୀଳଗିରି ଏସଡିପିଓ ସରୋଜ ଉପାଧ୍ୟାୟ, ବରହମପୁର ଓଆଇସି ହେମନ୍ତ ମାଝୀ ଓ ବାଲେଶ୍ୱରରୁ ସାଇଣ୍ଟିଫିକ ଟିମ ଗୁଳିକାଣ୍ଡ ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏନେଇ ପୁଲିସ ଜଣେ ସମ୍ପର୍କୀୟଙ୍କୁ ବରହମପୁର ଥାନାରେ ଅଟକ ରଖାଯାଇଛି। ପୂର୍ବଶତ୍ରୁତାରୁ ଏହି ଗୁଳିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଧରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଛି।

Comments are closed.