ଗୃହରକ୍ଷୀ ବାହିନୀର ୬୧ତମ ପ୍ରତିଷ୍ଠା ଦିବସ ପାଳିତ

ବୌଦ୍ଧ: ଗୃହରକ୍ଷୀ ବାହିନୀର ୬୧ତମ ପ୍ରତିଷ୍ଠା ଦିବସ ସମାରୋହ ବୌଦ୍ଧଜିଲ୍ଲାରେ ମହାସମାରୋହରେ ପାଳିତ ହୋଇଯାଇଛି। ୫ମ ଆଇଆରବି ବାଟାଲିୟନ ପଡ଼ିଆଠାରେ ଅନୁଷ୍ଠିତ ଉତ୍ସିବରେ ମୁଖ୍ୟଅତିଥି ଭାବରେ ଜିଲା ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ ଯୋଗଦେଇ ଆୟୋଜିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବା ସହିତ ଗୃହରକ୍ଷୀମାନଙ୍କ ସେବା ନେଇ ପ୍ରଶଂସା କରିଥିଲେ। ପୋଲିସ ବଳଙ୍କୁ ବିଭିନ୍ନ କ୍ଷେତ୍ରରେ ସହାୟତା କରିବା ପାଇଁ ସ୍ୱେଛାସେବୀ ସଂସ୍ଥା ଭାବରେ ଗୃହରକ୍ଷୀ ବିଭାଗ ସୃଷ୍ଟି କରାଯାଇଥିଲା। ଗୃହରକ୍ଷୀମାନେ ଶାନ୍ତି ଶୃଙ୍ଖଳା ରକ୍ଷା, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜରୂରୀକାଳୀନ ସେବା, ଟ୍ରାଫିକ ନିୟନ୍ତ୍ରଣ ଆଦି କ୍ଷେତ୍ରରେ ଗୃହରକ୍ଷୀମାନେ ଦକ୍ଷତାର ସହିତ ସେବା ଯୋଗାଇ ଆସୁଛନ୍ତି ବୋଲି ଆରକ୍ଷୀ ଅଧିକ୍ଷକ ପ୍ରସାଦ ପ୍ରକାଶ କରିଥିଲେ। ଏହି ଅବସରରେ ମୁଖ୍ୟଅତିଥି ଶ୍ରୀଯୁକ୍ତ ପ୍ରସାଦ ପ୍ୟାରେଡ ନିରୀକ୍ଷଣ କରିବା ସହିତ ଉଲ୍ଲେଖନୀୟ ସେବା ପାଇଁ ମନୋନୀତ ଗୃହରକ୍ଷୀମାନଙ୍କୁ ପୁରସ୍କୃତ କରିଥିଲେ। ଏହି ଉତ୍ସବ ପାଳନ ଅବସରରେ ଜିଲା ପୋଲିସ ଓ ଆଇଆରବି ୫ମ ବାଟାଲିୟନର ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥି ଥିଲେ।

Comments are closed.