ସଡକ ସୁରକ୍ଷା ସପ୍ତାହ ଉପଲକ୍ଷେ ଜନ ସଚେତନତା

ସାକ୍ଷୀଗୋପାଳ: ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନରତ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଛାତ୍ରମାନଙ୍କ ସହ ସ୍କାଉଟ୍‌ ଆଣ୍ଡ୍‌ ଗାଇଡ୍‌ ବିଭାଗ ଛାତ୍ରମାନେ ଏନ୍‌ସିସି ଅଫିସର ସୁଚିତ୍ର ଖଟେଇ ଓ ସ୍କାଉଟ୍‌ ଟିଚର ଚିନ୍ମୟ ଜେନାଙ୍କ ତତ୍ବାବଧାନରେ ଏକ ଶୋଭାଯାତ୍ରାରେ ଯାଇ ପଞ୍ଚସଖା ଖେଳ ପଡିଆ ନିକଟରେ ସାକ୍ଷୀଗୋପାଳ ଅଳଗୁମ ରାସ୍ତାରେ ସୁରକ୍ଷା ସମ୍ବନ୍ଧୀୟ ସ୍ଲୋଗାନ ଦେଇଥିଲେ। ଯିବାଆସିବା କରୁଥିବା ବାଇକ୍‌ ଆରୋହୀ ମାନଙ୍କୁ ହେଲ୍‌ମେଟ୍‌ ପରିଧାନ କରି ବାଇକ୍‌ ଚଲାଇବା ପାଇଁ ସଚେତନ କରିଥିଲେ। ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମାନସ ରଞ୍ଜନ ପଟ୍ଟନାୟକ, ପୁନମ୍‌ କୁଜୁର, କୃଷ୍ଣ ପ୍ରିୟା ଦାଶ ଓ ନିହାରିକା ସେନାପତି ଉପସ୍ଥିତ ରହି ସହଯୋଗ କରିଥିଲେ।

Comments are closed.