ନଖ ପାଇଁ ଜାଣି ରଖନ୍ତୁ

ପ୍ରତିଦିନ ସ୍ନାନ ସମୟରେ ଅଳ୍ପ ନଡ଼ିଆତେଲ କିମ୍ବା ସୋରିଷ ତେଲ ତୁଳାରେ ନେଇ ନଖ ଉପରେ ଲଗାନ୍ତୁ।
ରସୁଣକୁ ଛେଚି ଏହାର ରସକୁ ନଖରେ ଲଗାଇ ୫ ମିନିଟ୍ ପରେ ପୋଛିବେ। ଶକ୍ତ ନଖ ପାଇଁ ଏହି ଉପାୟକୁ ସପ୍ତାହରେ ୨-୩ଦିନ କରିବା ଉଚିତ।
ଭଲ କମ୍ପାନୀର ନେଲ୍‌ପଲିସ୍ ଲଗାଇବା ଉଚିତ। ନଚେତ୍ ଏଥିରେ ଥିବା ରାସାୟନିକ ତତ୍ତ୍ବ ନଖକୁ ଦୁର୍ବଳ କରେ।
ଭିଟାମିନ୍ ଭରପୂର ଡାଲି ଓ ପନିପରିବା ପ୍ରତିଦିନ ଖାଇଲେ ଆପଣଙ୍କ ନଖକୁ ଆବଶ୍ୟକ ପରିମାଣରେ ପୋଷକତତ୍ତ୍ବ ମିଳେ।
୪ ରୁ ୫ଟି ରସୁଣ ନେଇ ଏହାର ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ଅଳ୍ପ ନେଲପୋଲିସ ଥିବା ବୋତଲରେ ଭଲ ଭାବେ ମିଶାଇ ରଖନ୍ତୁ। ନେଲପୋଲିସ ଲଗାଇବା ଭଳି ଏହାକୁ ଲଗାଇ ୧ ରୁ ୨ ଘଣ୍ଟା ରଖି ଉଷୁମ ପାଣିରେ ହାତ ଧୋଇବା ସହ ସେହି ନେଲପୋଲିସକୁ ମଧ୍ୟ ଛଡ଼ାଇ ଦିଅନ୍ତୁ।
ରସୁଣ ଓ ଅଭିଲ ଅଏଲ –
୨ ରୁ ୩ଟି ରସୁଣକୁ ପେଷ୍ଟ କରି ଅଲିଭ ଅଏଲରେ ମିଶାଇ ନଖରେ ଲଗାନ୍ତୁ। ଏକ ଘଣ୍ଟା ପରେ ଭଲ ଭାବେ ଧୋଇ ଦିଅନ୍ତୁ। ଏହା ନଖ ପାଇଁ ବେଶ ଲାଭଦାୟକ।

Comments are closed.