କେନ୍ଦ୍ରୀୟ ସୁରକ୍ଷା ବାହିନୀଙ୍କୁ ପରାମର୍ଶ, ୟୁନିଫର୍ମରେ କରନ୍ତୁ ନାହିଁ କୌଣସି ରିଲ୍ସ କିମ୍ବା ଭିଡିଓ

ନୂଆଦିଲ୍ଲୀ,୨୬।୮: କେନ୍ଦ୍ରୀୟ ସୁରକ୍ଷା ବାହିନୀ ଯବାନଙ୍କୁ ସୋସିଆଲ ମିଡିଆ ବ୍ୟବହାରକୁ ନେଇ ଦିଆଯାଇଛି କଡା ପରାମର୍ଶ। ସିଆରପିଏଫ୍‌ ନିଜର ଯବାନଙ୍କୁ କହିଛି, କାହାକୁ ନଜାଣି ଅନଲାଇନ୍ ଫ୍ରେଣ୍ଡସିପ୍ କରନ୍ତୁ ନାହିଁ। ଏହାଛଡା ଫଟୋ ଅପଲୋଡ୍ କରିବାରେ ମଧ୍ୟ ସାବଧାନ ରୁହନ୍ତୁ, କାରଣ ଏଭଳି ଭାବରେ ତାଙ୍କୁ ହନି ଟ୍ରାପ୍‌ର ଶିକାର କରାଯାଉଛି। ଜାରି କରାଯାଇଥିବା ଲେଟରରେ କୁହାଯାଇଛି ଯେ, ଅନେକ ଯବାନ ନିଜର ୟୁନିଫର୍ମରେ ଭିଡିଓ ଓ ଫଟୋ ଅପଲୋଡ୍ କରନ୍ତି। ଏହାଛଡା ବହୁ ଲୋକଙ୍କୁ ଚାଟ୍‌ ମେସେଜ୍ ମଧ୍ୟ ପଠାନ୍ତି।

କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସି ଅଲଗା ଅଲଗା ଅର୍ଦ୍ଧସାମରିକ ବାହିନୀ ଓ ପୋଲିସ ଫୋର୍ସକୁ ଲେଟର ଜାରି କରିଛି। ସିଆରପିଏଫ୍‌ ଏହାକୁ ଗମ୍ଭୀରତାର ସହ ନେଇ ନିଜର ଯବାନଙ୍କ ପାଇଁ ଗାଇଡ ଲାଇନ୍ ଜାରି କରିଛି ଯେ, ସେମାନେ ୟୁନିଫର୍ମରେ ଭିଡିଓ କିମ୍ବା ଫଟୋ ଅପଲୋଡ୍ କରନ୍ତୁ ନାହିଁ। କୌଣସ ଅଜଣା ବ୍ୟକ୍ତି ସହ ଅନଲାଇନ୍‌ ଯୋଗେ ବନ୍ଧୁତ୍ବ କରନ୍ତୁ ନାହିଁ।

ଏହି ଅଫିସିଆଲ ଲେଟରରେ ସୋସିଆଲ ମିଡିଆକୁ ନେଇ କଡା ପରାମର୍ଶ ଦିଆଯାଇଛି। କୁହାଯାଇଛି ୟୁନିଫର୍ମରେ ଫଟୋ ଓ ଭିଡିଓ ଅପଲୋଡ କରନ୍ତୁ ନାହିଁ। ଠିକ୍ ଭାବରେ ଯାଞ୍ଚ ନକରି କାହାକୁ ବି ନିଜର ଫ୍ରେଣ୍ଡ ଲିଷ୍ଟରେ ସାମିଲ କରନ୍ତୁ ନାହିଁ। ଯଦି ଏହି ନିର୍ଦେଶ ପାଳନ କରାନଯାଏ ତେବେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଭଳି ଭାବରେ ଦିଲ୍ଲୀ ପୋଲିସ କମିଶନର ସଞ୍ଜୟ ଆରୋରା ମଧ୍ୟ ଲେଟର ଜାରି କରିଛନ୍ତି। ସେ କହିଛନ୍ତି, ଗିରଫ ବ୍ୟକ୍ତି କିମ୍ବା ଅଣ୍ଡର ଟ୍ରାଏଲ ବ୍ୟକ୍ତିଙ୍କ ସମ୍ପର୍କରେ କୌଣସି କମେଣ୍ଟ ସୋସିଆଲ ମିଡିଆରେ ଦିଅନ୍ତୁ ନାହଁ।

ଲେଟରରେ ଏହା ମଧ୍ୟ କୁହାଯାଇଛି ଯେ, ଯବାନଙ୍କୁ ହାଇଲି ପ୍ରୋଟେକ୍ଟେଡ୍‌ ଅଞ୍ଚଳରେ ଭିଡିତ ତିଆରି କରି ସୋସିଆଲ ମିଡିଆରେ ଅପଲୋଡ୍‌ କରନ୍ତୁ ନାହିଁ। ‌ସେ ଏହା ମଧ୍ୟ କହିଛନ୍ତି ଯେ, ଡ୍ୟୁଟି ସମୟରେ ସୋସିଆଲ ମିଡିଆ ବ୍ୟବହାର କରନ୍ତୁ ନାହିଁ କିମ୍ବା ସୋସିଆଲ ମିଡିଆରେ କୌଣସ ସମ୍ବେଦନଶୀଳ ତଥ୍ୟ ସେୟାର କରନ୍ତୁ ନାହିଁ। ଏହାଛଡା ଅନ୍ୟ ଅର୍ଦ୍ଧସାମରିକ ବାହିନୀ ମଧ୍ୟ ସୋସିଆଲ ମିଡିଆ ଗାଇଡଲାଇନ୍ ଜରି କରିଛନ୍ତି ଓ ସୀମାରେ ମୁତୟନ ଯବାନଙ୍କୁ ରିଲ୍ସ ନକରିବାକୁ କହଛନ୍ତି।

ଆଇଟିବିପି ଓ ବିଏସଏଫ୍‌ ନିଜର ଯବାନଙ୍କୁ କହିଛନ୍ତି, ସୀମା ପାଖରେ ଥିବା ଅଞ୍ଚଳରେ ଭିଡିଓ କରନ୍ତୁ ନାହିଁ। ଏହି ମାମଲା ଦେଶର ସୁରକ୍ଷା ସହିତ ଜଡିତ। ଉଲ୍ଲେଖନୀୟ ଯେ, ଚଳିତ ମାସ ବିଶାଖାପାଟନମ୍‌ରେ ମୁତୟନ ଏକ ସିଆଇଏସଏଫ୍ ଯବାନଙ୍କୁ ହନିଟ୍ରାଫରେ ଫଶା ଯାଇଥିଲା। ଜଣାପଡିଛି ଯେ, ଚଳିତ ମାସ ବିଶାଖାପାଟନମରେ ମୁତୟନ ଏକ ସିଆଇଏସଏଫ୍‌ର ଯବାନଙ୍କୁ ହନିଟ୍ରାପ୍‌ରେ ଫଶା ଯାଇଥିଲା। ଜଣାପଡିଛି ଯେ, ସେ ପାକିସ୍ତାନର ଜଣେ ମହିଳା ଗୁଇନ୍ଦା ଅଧିକାରୀଙ୍କ ସହିତ ସମ୍ପର୍କରେ ଥିଲେ ଓ ବହୁ ସମ୍ବେଦନଶୀଳ ସୂଚନା ଦେଉଥିଲେ। ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ଅଧିକାରୀ ବହୁ ବିଭାଗର କନଟ୍ରୋଲ ରୁମ୍‌ରେ ନିଜକୁ ସିନିୟର ଅଧିକାରୀ କହି ଫୋନ୍ ମଧ୍ୟ କରୁଥିଲେ।

Comments are closed.