ଟ୍ରମ୍ପଙ୍କ ସହିତ ଆମେରିକାର ଆଗାମୀ ଉପରାଷ୍ଟ୍ରପତି ହୋଇପାରନ୍ତି ରାମାସ୍ବାମୀ, ଦେଲେ ଏହି ସଙ୍କେତ

ନ୍ୟୁୟର୍କ,୨୬।୮:  ଆମେରିକାରେ ଆସନ୍ତା ବର୍ଷ ହେବାକୁ ଯାଉଛି  ରାଷ୍ଟ୍ରପତି ନିର୍ବାଚନ। ରିପବ୍ଲିକାନ୍‌ ପାର୍ଟି ପକ୍ଷରୁ ଭାରତୀୟ ବଂଶୋଦ୍ଭବ ବିବେକ ରାମସ୍ବାମୀ(୩୮)ଙ୍କ ନାଁ ନେଇ ବଢିଲା ଚର୍ଚ୍ଚା। ସବୁଠାରୁ ଖାସ୍ କଥା ଏହା ଯେ, ରାମସ୍ବାମୀଙ୍କ ଲୋକପ୍ରିୟତା ଖୁବ୍ ବଢିବାରେ ଲାଗିଛି। ଏବେ ବିବେକ ରାମସ୍ବାମୀ ସଙ୍କେତ ଦେଇଛନ୍ତି ଯେ, ଆସନ୍ତା ବର୍ଷ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡୋ ଟ୍ରମ୍ପଙ୍କ ଡେପୁଟି ରୂପରେ ଉପରାଷ୍ଟ୍ରପତି ପଦର ପ୍ରାର୍ଥୀ ହୋଇପାରନ୍ତି। ତେବେ ପ୍ରଥମେ ବିବେକ ରାମସ୍ବାମୀ ରାଷ୍ଟ୍ରପତି ପଦ ବ୍ୟତୀତ କୌଣସି ଅନ୍ୟ ପଦକୁ ସ୍ବୀକାର କରିବାକୁ ମନା କରିଦେଇଥିଲେ। ହେଲେ ଏବେ ସେ ସେଥିପାଇଁ ପ୍ରସ୍ତୁତ ହୋଇଥିବାର ସଙ୍କେତ ଦେଇଛନ୍ତି।

ଉଲ୍ଲେଖନୀୟ ଯେ, ଏକ ଇଣ୍ଟରଭ୍ୟୁ ବେଳେ ବିବେକ ରାମସ୍ବାମୀ କହିଛନ୍ତି, ରାଷ୍ଟ୍ରପତି ଭାବରେ ସେ ଦେଶକୁ ଏକଜୁଟ୍‌ କରିପାରିବେ। ତେବେ ସେ ଟ୍ରମ୍ପଙ୍କ ସହଯୋଗୀ ଭାବରେ ରାଷ୍ଟ୍ରପତି ନିର୍ବାଚନ ଲଢିବାକୁ ମନା କରିଦେଇଛନ୍ତି। ଏ ବିଷୟରେ ଯେତେବେଳେ ରାମସ୍ବାମୀଙ୍କୁ ପଚରା ଯାଇଥିଲା ସେ, କହିଛନ୍ତି ଏହା ମୋ ବିଷୟରେ ନଥିଲା, ଯଦି ଏହା ମୋ ବିଷୟରେ ତେବେ ମୋ ବୟସର ବ୍ୟକ୍ତିଙ୍କ ପାଇଁ ଖୁବ୍ ସୁନ୍ଦର ରହିବ। ଏହା ଆମ ଦେଶକୁ ପୁଣିଥରେ ପୁନର୍ଜୀବିତ କରିବା ବିଷୟରେ ରହିଛି ଓ ମୁଁ ଏହା ସେବେଠାରୁ କରିପାରିବି। ଯେତେବେଳେ ମୋତେ ହ୍ବାଇଟ ହାଉସରୁ ଶୀର୍ଷ ନେତା କରିବାର ସୁଯୋଗ ମିଳିବ।

ଉଲ୍ଲେଖନୀୟ ଯେ, ଟ୍ରମ୍ପଙ୍କ ସହିତ ରାମସ୍ବାମୀ ମିଳିତ ଟିକେଟରେ ନିର୍ବାଚନ ମୈଦାନକୁ ଓହ୍ଲାଇବାର କିଛି ଦିନ ହେବ ଚର୍ଚ୍ଚା ହେଉଛି। କାରଣ ଟ୍ରମ୍ପଙ୍କ ନିର୍ବାଚନ ପ୍ରଚାର ଟିମ୍‌ ମଧ୍ୟ ରିପବ୍ଲିକାନ୍ ପାର୍ଟି ଗତ ବୁଧବାର ହୋଇଥିବା ପ୍ରଥମ ଡିବେଟ୍‌ ପରେ ରାମସ୍ବାମୀଙ୍କ ପ୍ରଶଂସା କରିଛି।ଏହି ଡିବେଟ୍‌ ପରେ ରାମସ୍ବାମୀଙ୍କ ଲୋକପ୍ରିୟତା ବଢିଛି ଓ ତାଙ୍କୁ ମିଳୁଥିବା ଚାନ୍ଦା ମଧ୍ୟ ବଢିଛି। ତେବେ ପୂର୍ବରୁ ହିଁ ରାମସ୍ବାମୀ ରାଷ୍ଟ୍ରପତି ପଦ ବ୍ୟତୀତ ଅନ୍ୟ କୌଣସି ପଦ ନେବାକୁ ମନା କରିଦେଇଥିଲେ ଓ କହିଥିଲେ ସେ କେବଳ ରାଷ୍ଟ୍ରପତି ଭାବରେ ଏହି ଦେଶକୁ ବଦଳାଇ ପାରିବେ। ପ୍ରଥମେ ମନା କରିଥିଲେ ମଧ୍ୟ ପରେ ରାମାସ୍ବାମୀ ସମର୍ଥନ ଦେଇପାରନ୍ତି ବୋଲି କହିଛନ୍ତି।

Comments are closed.