କେନ୍ଦ୍ରାପଡା ଟାଉନରେ କଂଗ୍ରେସ ତରଫରୁ ମହଙ୍ଗାଇପେ ଚର୍ଚ୍ଚା

କେନ୍ଦ୍ରାପଡ଼ା : ଅଖିଳ ଭାରତୀୟ କଂଗ୍ରେସ କମିଟିର ନିର୍ଦେଶ ତଥା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ସମଗ୍ର ରାଜ୍ୟରେ ଅଗଷ୍ଟ ୧୭ ରୁ ୨୩ ପର୍ଯ୍ୟନ୍ତ ଆରମ୍ଭ ହୋଇଥିବା ମହଙ୍ଗାଇପେ ଚର୍ଚ୍ଚା କାର୍ଯ୍ୟକ୍ରମର କେନ୍ଦ୍ରାପଡା ନଗର କଂଗ୍ରେସ ଆଜି ସାମିଲ ହୋଇଛି । ନଗର କଂଗ୍ରେସ ସଭାପତି ରାଜେଶ ମହାନ୍ତିଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନରେ କେଶପୁର ବଜାରରେ ଓ ସନ୍ଧ୍ୟାରେ ଶ୍ରୀ ଶ୍ରୀ ବଳଦେବଜୀୟୁଙ୍କ ପୀଠ ଇଛାପୁର ଠାରେ ଦୁଇଟି ପଥପ୍ରାନ୍ତ ସଭାର ଆୟୋଜନ କରାଯାଇଥିଲା । ସଭା ପୂର୍ବରୁ ଏବଂ ସଭା ସମୟରେ ସ୍ଥାନୀୟ ବଜାରର ସମସ୍ତ ବ୍ୟବସାୟୀ, ଖାଉଟୀ ଓ ଦର୍ଶକମାନଙ୍କ ମଧ୍ୟରୁ ପିସିସି ତରଫରୁ ପ୍ରସ୍ତୁତ ପ୍ରଚାରପତ୍ର ବଣ୍ଟାଯାଇଥିଲା । ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ବକ୍ତବ୍ୟ ରଖି କଂଗ୍ରେସ ନେତୃତ୍ୱାଧୀନ ଉପା ସରକାର ଓ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରର କେତେକ ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥର ତୁଳନାତ୍ମକ ଚିତ୍ର ପ୍ରଦାନ କରିଥିଲେ ଓ କେନ୍ଦ୍ର ମୋଦି ସରକାର କର୍ତ୍ତବ୍ୟ ବିମୂଖ ହୋଇ ଦରଦାମ ଓ ବେକାରୀ ବୃଦ୍ଧି ହେତୁ ଯନ୍ତ୍ରଣାରେ ସିଜୁଥିବା ସାଧାରଣ ଜନତା ଓ ଶିକ୍ଷିତ ବେକାରୀ ଯୁବକ ଓ ଯୁବତୀଙ୍କ ଦୁର୍ଦ୍ଦଶା ଉପଭୋଗ କରୁଛି ବୋଲି ଅଭିଯୋଗ କରିଥିଲେ । ଆଲୋଚନାରେ ଭାଗ ନେଇଥିବା କଂଗ୍ରେସ ନେତୃମଣ୍ଡଳୀ ଦରଦାମ ନିୟନ୍ତ୍ରଣରେ ସରକାରୀ ବିଫଳତାର ଉଦବେଗ ପ୍ରକାଶ କରିବା ସହ ରାଜ୍ୟ ସରକାରଙ୍କୁ ମଧ୍ୟ ସମାଲୋଚନା କରିଥିଲେ ଯେ ନା ରାଜ୍ୟ ସରକାର କେନ୍ଦ୍ରର ଜନମାରଣ ନୀତିର ପ୍ରତିବାଦ କରୁଛନ୍ତି ନା ଲୋକଙ୍କ କଷ୍ଟ ଲାଘବ କରିବା ପାଇଁ ପେଟ୍ରୋଲ ଓ ଡିଜେଲ ଉପରେ ନିଜେ ଆଦାୟ କରୁଥିବା ଲିଟର ପ୍ରତି ୩୧ପ୍ରତିଶତ ଓ ୨୮ଭାଗ ହ୍ରାସ କରୁଛନ୍ତି । କଂଗ୍ରେସ ପକ୍ଷରୁ ଆୟୋଜିତ ମଞ୍ଚରୁ ମହଙ୍ଗାମାଡ, ଭାଙ୍ଗୁଛି ହାଡ ଓ ଚାକିରୀ ନାହିଁ, ବେକାର ନିନ୍ଦୁଛି ବୁକୁ ଫଟାଇ ନାରା ଦିଆଯାଇଥିଲା ।

ଅନ୍ୟମାନଙ୍କ ମଧ୍ୟରେ ମହଙ୍ଗାଇପେ ଚର୍ଚ୍ଚା ଅଭିଯାନରେ କଂଗ୍ରେସ ନେତା ପ୍ରଫୁଲ୍ଲ ଦାସ, ଆକବର ଅଲ୍ଲୀ, ଆଶିଷ ମେକାପ, ରଘୁନାଥ ବେହେରା, ମୁକ୍ତାର ଖାଁ, ସୈାମେନ୍ଦ୍ର ପୃଷ୍ଟି, ଧରଣୀଧର ସୁଆର, ପରଭେଜ ଅକ୍ତର, ମହେନ୍ଦ୍ର ପରିଡା, ନାରାୟଣ ପରିଡା, ଲକ୍ଷ୍ମୀପ୍ରିୟା ବାରିକ, ରଶ୍ମିରଞ୍ଜନ ଦାସ, ଗୋପିନାଥ ବାରିକ, ନାରାୟଣ ପଣ୍ଡା, ଉମାଶଙ୍କର ଜେନା, କାହ୍ନୁଚରଣ ପଣ୍ଡା, ବିଭୂତିଭୂଷଣ ଦାଶ, ଆଦିତ୍ୟ ପତି, ଫକିର ସେନାପତି, ଚନ୍ଦନ କୁମାର ଦାସ, ସେକ ବାବୁ, ଦେବଦତ୍ତ ତ୍ରିପାଠୀ, ସେକ ମକସୁଦ, ତୁଳସୀ ହେମ୍ବ୍ରମ, କୃଷ୍ଣଚନ୍ଦ୍ର ବେହେରା, ସଞ୍ଜୟ ରାଉତ, ରତିକାନ୍ତ ସାମଲ, ଜ୍ଞାନରଞ୍ଜନ ସାହୁ, ରଶ୍ମୀରଞ୍ଜନ ଚୈାଧୁରୀ, ବିଜୟ ପ୍ରଧାନ, କାଳି ଚରଣ ପଣ୍ଡା, ହିମାଂଶୁ ବ୍ରହ୍ମଚାରୀ, ନରେଶ ଜେନା, ଶ୍ରୀଧର ନାୟକ, ନୃସିଂହ ନାୟକ, ନିରାକାର ପରିଡା, ସୁନିଲ ମହାପାତ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Comments are closed.