+2 ସମେତ ସମସ୍ତ ନାମଲେଖା ସପ୍ତାହକ ପାଇଁ ଘୁଞ୍ଚାଇବାକୁ ଓଡିଶା ଅଭିଭାବକ ମହାସଂଘର ଦାବୀ

ପ୍ରସନ୍ନ ବିଷୋୟୀ, ସହ ଅଧକ୍ଷ ଓଡିଶା ଅଭିଭାବକ ମହାସଂଘ

ଭୁବନେଶ୍ୱର: ବର୍ତମାନ ସାରା ରାଜ୍ୟରେ ପ୍ରଳୟଙ୍କlରି ବନ୍ୟା l ଏହି ଦୁର୍ଦିନ ସମୟରେ ବହୁ ଅଂଚଳ ଜଳମଗ୍ନ ଓ ଲୋକମାନେ ଘୋର ଦୁର୍ଦଶା ଭିତରେ ଅଛନ୍ତି l କେଉଁଠି ଘରେ ପାଣି ପଶି ଯାଇଛି ତ କେଉଁଠି ଗାଁ ସମ୍ପୂର୍ଣ ଜଳମଗ୍ନ ପୁଣି କେଉଁଠି ବାହ୍ୟ ଜଗତରୁ ବିଛିର୍ନ l ଏପରି ଅବସ୍ଥା ରେ ପିଲାମାନେ ଆବଶ୍ୟକ ସାର୍ଟିଫିକେଟ, କାଗଜପତ୍ର, ତଥା ଅନ୍ୟାନ୍ୟ ଆବଶ୍ୟକ ଦସ୍ତାବିଜ ଆଣି ଆଡ଼ମିସନ କରିବା ଅସମ୍ଭବ l ତା ଛଡା ବନ୍ୟା ପାଇଁ ରାସ୍ତା ଘାଟ ବିଛିର୍ଣ ତ କିଛି ଅଂଚଳ ର ଗମନାଗମନ ବ୍ୟବସ୍ଥା ପୁରା ଠପ l ପାନୀୟ ଜଳ ଖାଦ୍ୟ ଯେଉଁଠି ପାଇବା ଅସମ୍ଭବ ତଥା ବଂଚିବା ପାଇଁ ସଂଗ୍ରାମ ଚାଲିଛି ସେପଟେ ପୁଣି ଏକ ଲଘୁଚାପ ଜନିତ ବର୍ଷା ବେଡି ଉପରେ କୋରଡ଼ ମାଡ଼ ପରି ଅବସ୍ଥା ସୃଷ୍ଟି କଲାଣି l ତେଣୁ ଏହି ଘୋର ବିପତ୍ତି ସମୟରେ +2:ତଥା ଅନ୍ୟ ସମସ୍ତ ଆଡ଼ମିସନ କୁ ଆନ୍ତତଃ ପକ୍ଷେ ଏକ ସପ୍ତାହ ପାଇଁ ଘୁଞ୍ଚାଇବାକୁ ଓଡିଶା ଅଭିଭାବକ ମହାସଂଘ ଅଧକ୍ଷ ବାସୁଦେବ ଭଟ୍ଟ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବୀ ଜଣାଇଛି l ଏହି ବିପତ୍ତି ସମୟ ଟିକେ ଚାଲିଗଲେ ପରିସ୍ଥିତି ରେ ସାମାନ୍ୟ ପରିବର୍ତ୍ତନ ତଥା ସ୍ୱାଭାବିକ ହେଲେ ସପ୍ତାହକ ପରେ ପୁଣି ଆଡ଼ମିସନ ପ୍ରକ୍ରିୟା ଚାଲୁ କରିବା ପାଇଁ ମହାସଂଘ ସହ ଅଧକ୍ଷ ପ୍ରସନ୍ନ ବିଷୋୟୀ ନିବେଦନ କରିଛନ୍ତି l

Comments are closed.