ଜାପାନ ଉପରେ ଉତ୍ତର କୋରିଆର ମିସାଇଲ ମାଡ଼

ନୂଆଦିଲ୍ଲୀ: ଋଷ ଏବଂ ୟୁକ୍ରେନ ଯୁଦ୍ଧ ଜାରି ରହିଛି । ସେପଟେ ଚୀନ ଏବଂ ତାଇୱାନ ସଙ୍କଟ ମଧ୍ୟ ଶେଷ ହୋଇନାହିଁ ଆଉ ଏହାରି ମଧ୍ୟରେ ଉତ୍ତର କୋରିଆ ନା କେବଳ ଜାପାନ ପାଇଁ ବରଂ ପୂରା ବିଶ୍ୱର ଟେନସନ ବଢ଼ାଇଦେଇଛି । ପ୍ରକୃତରେ ଉତ୍ତର କୋରିଆ ପ୍ରଶାନ୍ତ ମହାସାଗରରେ ଜାପାନ ଉପରେ ବାଲିଷ୍ଟିକ ମିସାଇଲ ମାଡ଼ କରିଛି । ଏହା ୧୦ ଦିନରେ ପଞ୍ଚମ ବାଲିଷ୍ଟିକ୍ ମିସାଇଲ ଟେଷ୍ଟ । ଏମିତିରେ ଏବେ କୁହାଯାଉଛି ଯେ ଉତ୍ତର କୋରିଆ ଏହାର ପରମାଣୁ ହତିଆର ପରୀକ୍ଷଣ କରିବା ପାଇଁ ପ୍ରସ୍ତୁତି କରୁଛି । ସେହିଭଳି ଉତ୍ତର କୋରିଆର ଏହି ପଦକ୍ଷେପ ପରେ ଜାପାନ ଦେଶର ଲୋକଙ୍କ ସତର୍କତା ଜାରି କରିଛି ।

 ଜାପାନୀ କୋର୍ଷ୍ଟଗାର୍ଡ ଏବଂ ଦକ୍ଷିଣ କୋରିଆର ଜଏଣ୍ଟ ଚିଫ୍ ଅଫ୍ ଷ୍ଟାଫ୍ ଦ୍ୱାରା ଖୋଜାଯାଇଥିବା ମିସାଇଲ ପରେ ସରକାର ଉତ୍ତର ଜାପାନରେ ଚେତାବନୀ ଜାରି କରି ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ପରାମର୍ଶ ଦେଇଛନ୍ତି । ଉତ୍ତର-ପୂର୍ବ ହୋକ୍କାଇଡୋ ଏବଂ ଆଓମୋରୀ କ୍ଷେତ୍ରରେ ଟ୍ରେନ୍ ସେବାକୁ ଅସ୍ଥାୟୀ ଭାବରେ ନିଲମ୍ବିତ କରିଦିଆଯାଇଛି । ୟୋନହାପ ସମାଚାର ଏଜେନ୍ସୀ କହିଛି ଯେ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଉତ୍ତର କୋରିଆର ଏହି କାର୍ଯ୍ୟକୁ ନିନ୍ଦା କରିଛନ୍ତି । ଯେତେବେଳେକି ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁଁ ସୁକ୍ ୟୋଲ ଲଞ୍ଚ ପରେ କଡ଼ା ଜବାବରେ ଚେତାବନୀ ଦେଇଛନ୍ତି । ଏହା ବ୍ୟତୀତ ଦୁଇ ଦେଶର ନେତା ନିଜ ନିଜ ରାଷ୍ଟ୍ରୀୟ ସୁରକ୍ଷା ପରିଷଦ ବୈଠକ ମଧ୍ୟ ଡକାଇଥିଲେ ।

ଜାପାନର ସାର୍ବଜନିକ ପ୍ରଶାସନ ଏନଏଚକେ କହିଛନ୍ତି ଯେ ମିସାଇଲ ପ୍ରାୟ ୪୦୦୦ କିମି ପାଇଁ ଉଡ଼ାଣ ଭରିଥିଲା ଏବଂ ଆକାଶରେ ପ୍ରାୟ ୨୨ ମିନିଟ୍ ପରେ ପ୍ରଶାନ୍ତ ମହାସାଗରରେ ପଡ଼ିବା ପୂର୍ବରୁ ୧୦୦୦ କିମି ଉଚ୍ଚତାକୁ ଆସିଥିଲା । ଏହାକୁ ଚୀନ ସଂଲଗ୍ନ ସୀମା ପାଖରୁ ଉତ୍ତରରୁ ଲଞ୍ଚ କରାଯାଇଥିଲା । ଏହି ମାମଲାରେ ଦକ୍ଷିଣ କୋରିଆର ସେନାର କହିବା ଅନୂଯାୟୀ ସେ ଏକ ସନ୍ଦିଗ୍ଧ ମାଧ୍ୟମ ରେଞ୍ଚର ବାଲିଷ୍ଟିକ୍ ମିସାଇଲର ଖୋଜ୍ କରିଛି । ଯାହା ସକାଳ ୭:୨୩ ରେ ଜଙ୍ଗଗ ପ୍ରାନ୍ତର ମୁୟୋଙ୍ଗ-ରୀ କ୍ଷେତ୍ରରୁ ଲଞ୍ଚ କରାଯାଇଥିଲା ଏବଂ ପୂର୍ବ ଦିଗରେ ଜାପାନ ଉପରେ ଯାଇଥିଲା ।

Comments are closed.