ଗଜପତି (ମନୋଜ କୁମାର ପାଢୀଙ୍କ ରିପୋର୍ଟ ): ଗଜପତି ପୁଲିସ ଓ ଅବକାରୀ ବିଭାଗ ଦ୍ୱାରା ଜବତ ହୋଇଥିବା 5 କୋଟିରୁ ଉର୍ଦ୍ଧ ଟଙ୍କାର ବେଆଇନ ଗଞ୍ଜେଇକୁ ପୋଡି ନଷ୍ଟ କରାଯାଇଥିବା ସୂଚନା ମିଳିଛି । ମୋଟ ୯,୭୯୩.୨୮ କିଲୋଗ୍ରାମ ଗଞ୍ଜେଇକୁ ନିର୍ଦ୍ଧାରିତ ଆଇନଗତ ପ୍ରକ୍ରିୟା ଏବଂ ନିଶାଦ୍ରବ୍ୟ ନଷ୍ଟ କମିଟିର ନିର୍ଦ୍ଦେଶ ଅନୁଯାୟୀ ଗତକାଲି ଶେରଗଡ଼ ଠାରେ ଥିବା ଇନସିନେରେଟରରେ ପୋଡି ନଷ୍ଟ କରାଯାଇଛି । ଗଜପତି ଜିଲ୍ଲା ପୋଲିସ ଏସପି ପ୍ରହଲ୍ଲାଦ ସହାୟ ମୀନା, ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ସାହୁଙ୍କ ଉପସ୍ଥିତିରେ ବରିଷ୍ଠ ପୁଲିସ ଅଧିକାରୀ, ଅବକାରୀ ବିଭାଗର ଅଧିକାରୀ ଏବଂ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଏହି ପ୍ରକ୍ରିୟା ସମ୍ପନ୍ନ ହୋଇଥିବା ଗଜପତି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ବେଆଇନ ଭାବେ ଗଞ୍ଜେଇ ଚାଲାଣ ଓ ନିଶାଦ୍ରବ୍ୟ କାରବାରକୁ ରୋକିବା ଦିଗରେ ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସମୟରେ ଚଢ଼ଉ କରାଯାଇ ଗଜପତି ଜିଲ୍ଲାର ମୋହନା ଥାନା ଓ ଆର. ଉଦୟଗିରି ଥାନା ଅଞ୍ଚଳରେ ପୋଲିସ ଓ ଅବକାରୀ ବିଭାଗ ଦ୍ୱାରା ଜବତ ହୋଇଥିବା ଏହି 5 କୋଟିରୁ ଉର୍ଦ୍ଧ ଟଙ୍କାର ଗଞ୍ଜେଇକୁ ପୋଡି ପାଉଁଶ କରଯାଇଛି ।
Sign in
Sign in
Recover your password.
A password will be e-mailed to you.