ଯବାନମାନଙ୍କ ସହ ଦୀପାବଳି ପାଳିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଅକ୍ଟୋବର ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯବାନମାନଙ୍କ ସହ ଦୀପାବଳି ପାଳନ କରିବେ। ପ୍ରଧାନମନ୍ତ୍ରୀ ହେବା ପରଠାରୁ ନରେନ୍ଦ୍ର ମୋଦୀ ଗତ ୮ ବର୍ଷ ଧରି ଯବାନମାନଙ୍କ ସହ ଦୀପାବଳି ପାଳନ କରିଆସୁଛନ୍ତି।

ସୂଚନା ଅନୁଯାୟୀ, ଅକ୍ଟୋବର ୨୧ରେ ମୋଦୀ କେଦାରନାଥ ଯିବେ। କେଦାରନାଥରେ ଚାଲିଥିବା ବିକାଶ ଯୋଜନାଗୁଡିକର ସମୀକ୍ଷା କରିବେ। ପରେ ବାବା କେଦାରନାଥଙ୍କୁ ଦର୍ଶନ କରିବାପରେ ସେହିଦିନ ହିଁ ସେ ବଦ୍ରିନାଥ ଯାତ୍ରା କରିବେ । ୨୨ ତାରିଖ ଦିନ ସେ ବଦ୍ରିନାଥ ମନ୍ଦିର ପରିଦର୍ଶନ କରିବେ ଏବଂ ବଦ୍ରିନାଥ ମାଷ୍ଟରପ୍ଲାନ ଅଧୀନରେ ଚାଲିଥିବା ପ୍ରକଳ୍ପର ସମୀକ୍ଷା କରିବେ। ଦୀପାବଳି ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଦ୍ରିନାଥ ଓ କେଦାରନାଥ ପରିଦର୍ଶନ କରିବାକୁ ଆସୁଥିବା ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି। ପ୍ରଧାନମନ୍ତ୍ରୀ ହିମାଳୟ ମନ୍ଦିର ଗସ୍ତ କରିବେ କି ନାହିଁ ସେନେଇ ଅଧିକାରୀମାନେ ନିରବ ରହିଥିବାବେଳେ, ସୂତ୍ରରୁ ପ୍ରକାଶ ଯେ ମୋଦୀ ହିମାଳୟ ମନ୍ଦିରରେ ମଧ୍ୟ ପ୍ରାର୍ଥନା କରିବେ ଓ ସେଠାରେ ଚାଲିଥିବା ପୁନଃ ନିର୍ମାଣ ପ୍ରକଳ୍ପର ସମୀକ୍ଷା କରିବେ।

ସୂତ୍ରରୁ ପ୍ରକାଶ ଯେ, ଏହି ଗସ୍ତ କାଳରେ ମୋଦୀ ସୀମାନ୍ତ ଗ୍ରାମ ମାଣା ପରିଦର୍ଶନ କରିବା ସମ୍ଭାବନା ରହିଛି । ସେଠାରେ ସେ ଗ୍ରାମବାସୀ ଏବଂ ଯବାନଙ୍କ ସହ କିଛି ସମୟ ଅତିବାହିତ କରିବେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ପ୍ରସ୍ତାବିତ ଗସ୍ତ ପାଇଁ ପ୍ରାୟ ଏକ ସପ୍ତାହ ଧରି ପ୍ରସ୍ତୁତି ଚାଲିଛି।

Comments are closed.