ଗୋଟିଏ ସିଟ୍‌ରୁ ହିଁ ଲଢ଼ିପାରିବେ ନିର୍ବାଚନ

ନୂଆଦିଲ୍ଲୀ,: ନୂତନ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଆସିବା ପରେ ‘ଜଣେ ବ୍ୟକ୍ତି ଗୋଟିଏ ଆସନ’ ନିୟମ ଲାଗୁ କରିବାକୁ ନିର୍ବାଚନ ଆୟୋଗଙ୍କ ପ୍ରସ୍ତାବ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ୨୦୦୪ରେ ପ୍ରଥମ ଥର ପାଇଁ ଏହି ପ୍ରସ୍ତାବ ନିର୍ବାଚନ ଆୟୋଗ ଦ୍ୱାରା କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯାଇଥିଲା। କିନ୍ତୁ ୧୮ ବର୍ଷ ମଧ୍ୟରେ ଏହି ନିୟମର କାର୍ଯ୍ୟକାରିତାକୁ ନେଇ କିଛି ଅଗ୍ରଗତି ହୋଇପାରି ନାହିଁ। ଅର୍ଥାତ୍‌ ଏହି ପ୍ରସ୍ତାବ ଶୀତଳଭଣ୍ଡାରରେ ପଡ଼ିରହିଛି। ଏବେ ପୁଣି ଥରେ ଏହି ନିୟମ ଲାଗୁ ଉପରେ ନିର୍ବାଚନ କମିଶନ ଗୁରୁତ୍ୱ ଦେବା ଆରମ୍ଭ କରିଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ପୁଣି ଥରେ ଏହି ପ୍ରସ୍ତାବକୁ କେନ୍ଦ୍ରକୁ ପଠାଇଛନ୍ତି। ଏଥିସହ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ସହିତ ଏହି ପ୍ରସଙ୍ଗରେ ଇସିଙ୍କ ଆଲୋଚନା ଚାଲିଛି।

ଲୋକ ସଭା ଅଧିନିୟମ, ୧୯୫୧ ନିର୍ବାଚନରେ ‘ଜଣେ ବ୍ୟକ୍ତି ଗୋଟିଏ ଆସନ’ ନିୟମ ଲାଗୁ ସଂଶୋଧନ କରିବାକୁ ପଡ଼ିବ। ବର୍ତ୍ତମାନ, ଲୋକ ପ୍ରତିନିଧି ଅଧିନିୟମର ଧାରା ୩୩ (୭) ରେ ଥିବା ନିୟମ ଅନୁଯାୟୀ ଜଣେ ବ୍ୟକ୍ତି ଦୁଇଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ। ୨୦୦୪ରେ ଯେତେବେଳେ ପ୍ରଥମ ଥର ପାଇଁ ନିର୍ବାଚନ ଆୟୋଗ କେନ୍ଦ୍ର ସରକାରଙ୍କୁ ‘ଜଣେ ବ୍ୟକ୍ତି ଗୋଟିଏ ଆସନ’ ପ୍ରସ୍ତାବ ପଠାଇଲେ ସେତେବେଳେ ଯୁକ୍ତି ହେଲା ଯେ ଯଦି ଜଣେ ବ୍ୟକ୍ତି ୨ଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରନ୍ତି ଏବଂ ଉଭୟ ଆସନରୁ ଜିତିବା ପରେ ଗୋଟିଏ ସିଟ୍‌ ଖାଲି କରନ୍ତି, ତେବେ ଏହାର ମୂଲ୍ୟ ଉପ-ନିର୍ବାଚନ କରିବା ପାଇଁ ପୁଣି ଆସେ। ଏହା ଅର୍ଥର ଅପବ୍ୟବହାର। ଏହାକୁ ଦୃଷ୍ଟିରେ ରଖି ନିର୍ବାଚିତ ପ୍ରାର୍ଥୀ ଆସନ ଛାଡ଼ିବା ପାଇଁ ସରକାରଙ୍କ ଆକାଉଣ୍ଟରେ ଏକ ନିର୍ଦ୍ଦିଷ୍ଟ ରାଶି ଜମା କରିବାକୁ ଏକ ନିୟମ କରିବାକୁ ଇସି ସୁପାରିସ କରିଛି।

Comments are closed.