ଘୁଙ୍ଗି ନାଳ ବ୍ରିଜ ଉପରେ ୪ ଫୁଟର ବନ୍ୟା ଜଳ ପ୍ରବାହିତ

ସୁବର୍ଣ୍ଣପୁର: ଲଗାଣ ବର୍ଷା ଯୋଗୁଁ ଘୁଙ୍ଗିନାଳ ପୋଲ ଉପରେ ୪ଫୁଟ ପାଣି ପ୍ରବାହିତ। ବିରମହାରାଜପୁର-ଚାରମାଳ ଯୋଗାଯୋଗ ବିଛିନ୍ନ । ସୁବର୍ଣ୍ଣପୁର(ଗଣପତିବାଘ)ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ଭୁତିଆପାଲି ନିକଟରେ ଥିବା ଘୁଙ୍ଗି ନାଳ ବ୍ରିଜ ଉପରେ ୪ ଫୁଟରେ ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ ବିରମହାରାଜପୁରରୁ ଅମରପାଲି ଦେଇ ଚାରମାଳକୁ ଯୋଗାଯୋଗ ସମ୍ପୁର୍ଣ୍ଣ ବିଛିନ୍ନ ହୋଇଛି । ଅମରପାଲି, ବହଲପଦର, ଲୁତୁରପଙ୍କ, ଘିଚାପାଲି ଆଦିକୁ ବିରମହାରାଜପୁରରୁ ଯିବା ଅସିବା ଠପ ହୋଇଯାଇଛି। ଲଗାଣ ବର୍ଷା ପ୍ରଭାବରେ ନଦୀ ନାଳ ସବୁର ଜଳ ସ୍ରୋତ ବଢିବାରେ ଲାଗିଛି । ତେବେ ବର୍ଷା ଆହୁରି ଦୁଇ ଦିନ ହେବ ବୋଲି ପାଣି ପାଗ ବିଭାଗର ପୁର୍ବାନୁମାନରୁ ଜଣା ପଡିଛି । ଫଳରେ ତଳିଆ ଅଂଚଳର ଲୋକେ ଆତଙ୍କିତ ଅବସ୍ଥାରେ ଥିବା ଦେଖିବାକୁ ମିଳିଛି ।

Comments are closed.