ଆନନ୍ଦମ ଫାଉଣ୍ଡେସନ ପକ୍ଷରୁ ବିଶ୍ୱଶାନ୍ତି ହୋମଯଜ୍ଞ ଅନୁଷ୍ଠିତ

12 ଅଗଷ୍ଟ 2022 ଶ୍ରାବଣ ପୂର୍ଣ୍ଣିମା (ରାଖୀ ପୂର୍ଣ୍ଣିମା)ର ଶୁଭ ଅବସରରେ ଆନନ୍ଦମ ଫାଉଣ୍ଡେସନ ତରଫରୁ ଗାୟତ୍ରୀ ଭବନ, ନୁଆସାହି, ରସୁଲଗଡ, ଭୁବନେଶ୍ୱରରେ ଠାରେ ଏକ “ବିଶ୍ୱଶାନ୍ତି ହୋମଯଜ୍ଞ” ଆୟୋଜନ ହୋଇଥିଲା।

ଏହା ବୈଦିକ ମନ୍ତ୍ର ଏବଂ ଭଜନ ସହିତ ଆରମ୍ଭ ହୋଇଥିଲା। ସକାଳ ୧୦ ଘଟିକାରୁ ଆରମ୍ଭ ହୋଇଥିଲା | ଆନନ୍ଦମ ଫାଉଣ୍ଡେସନର କାର୍ଯ୍ୟକର୍ତା ଏବଂ ସ୍ଥାନୀୟ ଲୋକମାନେ ବହୁତ ଉତ୍ସାହ ସହ ଯୋଗଦାନ ଦେଇଥିଲେ | ହୋମ ଯଜ୍ଞ ସହ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ମଧ୍ୟ ପାଳିତ ହୋଇଥିଲା। ଉପସ୍ଥିତ ଭଉଣୀମାନେ ଭାଇମାନଙ୍କୁ ରାଖୀ ବାନ୍ଧିଥିଲେ ଏବଂ ସମସ୍ତେ ନିଜ ଶରୀର ଏବଂ ମନ ସହିତ ମହାନ ପ୍ରାଚୀନ ସନାତନ ସଂସ୍କୃତିର ସୁରକ୍ଷା ପାଇଁ ପ୍ରତିଶ୍ରୁତି ବଦ୍ଧ ହୋଇଥିଲେ | ଏହା ମଧ୍ୟାହ୍ନ ୧ ଘଟିକା ସମୟରେ ମହା ପ୍ରସାଦ ସହିତ ସମାପ୍ତ ହୋଇଥିଲା |

Comments are closed.